STORYMIRROR

Debadatta Jena

Classics Inspirational Children

3  

Debadatta Jena

Classics Inspirational Children

ବଡ଼ ବଡୁଆ ହୋ...

ବଡ଼ ବଡୁଆ ହୋ...

1 min
353

ବଡ଼ ବଡୁଆ ହୋ.. ଅନ୍ଧାରରେ ଆସ 


ଆଲୁଅରେ ଯା..,ଗଂଗା ଯା, ଗୟା ଯା, 


ଯମୁନା ଯା, ତ୍ରିବେଣୀ ଯା, 


ବଡ଼ ଦାଣ୍ଡରେ ଗଡ଼ ଗଡାଉ ଥା..!


ତୁମେ ଅମାବାସ୍ୟାର ଅନ୍ଧାର ହେଲେ 


ଆମେ ସେ ଅନ୍ଧାର ଆଲୋକ, 


ତୁମେ ଆବର୍ତ୍ତମାନର ପୂର୍ବ ପୁରୁଷ ତୁମେ 


ଆମେ ସେ ଆଲୋକର ସାହସ, 


ତୁମ ଆଵାହନେ ସଦା ପଲ୍ଲବିତ ଆମେ, 


ତୁମ ଆଶ୍ୱାସନେ ସଦା ସୁରକ୍ଷିତ, 


ତୁମ ଆକର୍ଷଣରେ ଅଛି ଉଜ୍ଜଳ ଭବିଷ୍ୟ, 


ତୁମ ସମ୍ମୋହନେ ଚିର ଆକର୍ଷଣ, 


ତୁମେ ସେ ଆଲୋକ,ବର୍ତ୍ତିକା ଯେ ଆମେ, 


ଚିର ପ୍ରଜ୍ଜଳିତ ସତ୍ୟ ଚିରନ୍ତନ, 


ଅନ୍ଧକାରରେ ରୋଷଣୀ ଯେ ତୁମେ 


ଆମେ ସେ ଆଲୋକ ସନ୍ଧାନ..!


ତୁମ ଆରୋହଣେ,ସଦା ଜାଗ୍ରତ ଆମେ 


ଅବରୋହଣେ ନିତ୍ୟ ନୂତନ, 


ତୁମେ ହିଁ ତ ବତୀ, ତୁମେ ହିଁ ତ ଦିୟା 


ତୁମେ ହିଁ ତ ଦୀପ, ପ୍ରଦୀପ, 


ତୁମେ ଆଲୋକର ଉଜ୍ଜଳ ଆକାଂକ୍ଷା 


ଶୁଭ ଦୀପାବଳୀ ଆମ ପାର୍ବଣ..!


ତୁମେ ହିଁ ତ ଜ୍ୟୋତି ଜୀବନ ଆଲୋକ 


ଆଲୋକ ଅନ୍ଧାର ସମାହିତ, 


ତୁମେ ହିଁ ତ ଛାୟା, ଜୀବନ ଛାୟାର 


ଆମେ ସେ କାୟାର ନାୟକ, 


ତୁମେ ସେ ଆକାଶ ଉଜ୍ଜଳ ନକ୍ଷେତ୍ର, 


ଆମେ ଉଦ୍ଭାସିତ ଜ୍ୟୋତିଷ୍କ..!


ବଡ଼ ବଡୁଆ ହୋ ଅନ୍ଧାରରେ ଆସ, 


ଆଲୁଅରେ ଯାଆ, 


ଗଂଗା ଯା, ଗୟା ଯା, ଯମୁନା ଯା, 


ତ୍ରିବେଣୀ ଯା,ଯା ଦାୟ ଥିଲ, ତା ପାଇ ଯା, 


ବଡ଼ ଦାଣ୍ଡରେ ଯାଇ, ଗଡ଼ ଗଡୋଉ ଥା..!



Rate this content
Log in

Similar oriya poem from Classics