STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ବଦାନ୍ୟତା

ବଦାନ୍ୟତା

1 min
254

ବନ୍ୟା ବାତ୍ୟା ପ୍ରପୀ -ଡିତ ଏ ଉତ୍କଳ

ହରାଏ ଧନ ଜୀବନ

ଉପକୂଳବାସୀ ବ୍ୟବସାୟୀ ଚାଷୀ

ପୋଡ଼ି ଜଳିଯାଏ ମନ।

ମୋ' ପରିବାର ଭୁକ୍ତଭୋଗୀ ତା'ର

ଲଭିଛି କେତେ କଷଣ

ମୋ ଦେଶରେ କାହିଁ ବିପଦ ପଡ଼ିଲେ

ହୃଦ ହୁଏ ବିଦାରଣ।

କେତେ ଦୁଃଖିରଙ୍କୀ ଉପାସ ରୁହନ୍ତି

ହିସାବ ରଖିଛି କିଏ

ସାହାଯ୍ୟର ହସ୍ତ ବଢ଼ାଏ ମହତ

ଦୁନିଆରେ ବଡ଼ ସିଏ।

କିଏ ଦିଏ ଧନ କିଏ ଦିଏ ମନ

କିଏ ଦେଇ ନିଜ ଶ୍ରମ

କେ ଦିଏ ପୋଷାକ କିଏ ମାରେ ଭୋକ

ଭିନ୍ନ ରୁପ ଦେଶପ୍ରେମ।

କିଏ ଦିଏ ପୁଣି ମାନସିକ ବଳ

ସୁଖେ ଦୁଃଖେ ହୋଇ ସାହା

ଦେଲାବାଲା ଏକା ଜଗତ ଇଶ୍ବର

କୂଳରେ ଲଗାଏ ନାହା।

ଏଥିପାଇଁ ମୁହିଁ ସଂକଳ୍ପ ନେଇଛି

ଅଳପ ହେଉ ବା ବେଶୀ

ବିପର୍ଯ୍ୟୟ ବେଳେ ଭାରତୀୟ ମୁଦ୍ରା

ଦେବି ମୁଁ ସାହାଯ୍ୟ ରାଶି।

ଉତ୍ତରାଖଣ୍ଡ ର ସେ ମହାପ୍ରଳୟ

କେରଳେ ଜଳପ୍ରଳୟ

ନିଜ ସାଧ୍ଯମତେ କରିଛି ସାହାଯ୍ୟ

ଗାଇ ମାନବତା ଜୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract