STORYMIRROR

DILIP KUMAR SAHOO

Classics Others

2  

DILIP KUMAR SAHOO

Classics Others

ବୈଷମ୍ୟ ରେ ସାମ୍ୟ

ବୈଷମ୍ୟ ରେ ସାମ୍ୟ

1 min
145


       ବୈଷମ୍ୟ ରେ ସାମ୍ୟ

       ଐକ୍ୟ ଆମର ଧର୍ମ

     ସତ୍ୟ ଶାନ୍ତି ଦୟା କ୍ଷମା

       ଅହିଂସା ଆମ କାମ୍ୟ ...

     ମାନବିକତାର ମହାମନ୍ତ୍ର ଆମ

            ହୃଦୟରେ ନିନାଦିତ

    ସ୍ନେହ ସମ୍ପ୍ରତିର ମଧୁର ଶଙ୍ଗୀତ

             ଚଉଦିଗେ ପ୍ରକମ୍ପିତ

     ସବୁରି ସାଥିରେ ସବୁରି ହିତରେ

              ତ୍ୟାଗପୁତ ଆମ କର୍ମ..

       ସ୍ବପ୍ନ ଆମର ପ୍ରତି ମଣିଷର

               ଓଠରେ ଝଟକୁ ହସ

       ଭେଦଭାବ ନୁହେଁ ଭାଇଚାରା ପାଇଁ

                ବିଶ୍ବ ଗାଏ ଆମ ଯଶ

      ଆମେତ ବୁଝିଛୁ ଗୀତା ବାଇବେଲ

             କୋରାନ୍ ର ସାରମର୍ମ ...

     ବନ୍ଧୁକ ନୁହେଁ ବନ୍ଧୁ ପଣରେ

           ଜଗତ ପାରିଛୁ ଜିଣି

    ଯୁଦ୍ଧ ନୁହେଁ, ଆମେ ସଭିଙ୍କୁ ଶୁଣାଉ

           ବୁଦ୍ଧ ବାପୁଙ୍କ ବାଣୀ

   ଭୋଗ ରେ ଆମର ବିଶ୍ୱାସ ନାହିଁ

         ଯୋଗ ରେ ସାର୍ଥକ ଶ୍ରମ ...


Rate this content
Log in

Similar oriya poem from Classics