Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Abstract Others

3  

Bijoy Jena

Abstract Others

ବୈଶାଖକୁ ସ୍ବାଗତ

ବୈଶାଖକୁ ସ୍ବାଗତ

1 min
186


ବୈଶାଖର ଧୁଧୂ      ଖରାକୁ ଡରିକି

         ଚାଷୀ ହୁଡେ ନାହିଁ ଚାଷ

ବିଚରା ପଥିକ      ପଥେ ଚାଲୁ ଚାଲୁ

         ଜଳଛତ୍ରେ ମେଣ୍ଟେ ଶୋଷ।

ଅଂଶୁଘାତ ଭୟ     ମନରୁ ପାଶୋରି

         ବୃକ୍ଷ ଛାୟା ତଳେ ବସି

ଖରା ଲେଉଟାଣି     ବେଳାକୁ ଅନାଇ

          ଯାତ୍ରା ଆରମ୍ଭଇ ହସି।

ପ୍ରଚଣ୍ଡ ତାତିକୁ     ଡରେ ନାହିଁ ବୃକ୍ଷ

         ମଉନେ କରେ ସ୍ବାଗତ

ପ୍ରକୃତିର ଗତି     ପ୍ରକୃତିର ବିଧି

         ସମସ୍ତଙ୍କ ପାଇଁ ହିତ।

ବୈଶାଖ ଆଙ୍କଇ    ପାହାଡ଼ ଚୂଡ଼ାରେ

          ଇନ୍ଦ୍ରଧନୁ ବର୍ଣ୍ଣ ବିଭା

ଶୀତଳ ପୃଥିବୀ    ସଂଖୋଳି ସଜାଏ

          ଅଶିଣ କ୍ଷେତ୍ରର ଆଭା।

ଆକାଶର ସ୍ଵପ୍ନ     ଭିଜା ବରଷାର

         ସତ ହୁଏ ଖରା ପରେ

ବଞ୍ଚିବାର ସ୍ବପ୍ନ     ମଣିଷ ପାଇଁକି

         ସାକାର ହୁଏ ମହୀରେ।

ବୈଶାଖ ଆସିଛି    ଯେତେ ଦୁଃଖ ଦେଉ

         ସ୍ବାଗତ କରିବା ଆସ

କାଲି ପାଇଁ ସୁଖ      ବାର୍ତ୍ତା କିଛି ଦେଇ

         କରୁ ତା ରୂପ ପ୍ରକାଶ।



Rate this content
Log in

Similar oriya poem from Abstract