STORYMIRROR

Kishore Nayak

Children

3  

Kishore Nayak

Children

ବୈଶାଖ

ବୈଶାଖ

1 min
307


ଆସିଲାଣି ଖରା 

ତାତିଲାଣି ଧରା 

ଅଣଚାଷ ବେଗେ ବହେ 

ଝାଞ୍ଜି ପବନର ଧାରା ll

ଝାଳ ବହେ ଗମ୍ ଗମ୍

ହାଲିଆ ହେଲାଣି ଦମ୍

ଜିଭ କାଢ଼ିଦେଇ ଧକେଇ ହୁଏ 

କାଳିଆ କୁକୁର ଟମ୍ ll

ଆସିଅଛି ବଇଶାଖ 

ନିଆଁ ବରଷୁଛି ଦେଖ 

ନଈ ନାଳ ଶୁଖି ସବୁ 

ଦିଶେ ବାଲୁକାର ମୁଖ ll

ପାଣି ବିନା ତରୁ ଲତା 

ହେଲେଣି ସୂତା ସଳିତା 

ଚାରିଆଡେ ଶୁଭେ ଖାଲି 

ତୃଷାର୍ତ୍ତର ଆତୁରତା ll

ଜୀବ ଜନ୍ତୁ ପଶୁ ପକ୍ଷୀ 

ତୃଷାରେ ଗଲେଣି ଶୁଖି 

ଖୁସିରେ ଉଠନ୍ତି ନାଚି 

ମେଘ ଭରା ଆକାଶକୁ ଦେଖି ll

ପ୍ରଚଣ୍ଡ ଖରାର ତାତି 

ଦଗ୍ଧ କରେ ଧରଣୀର ଛାତି 

ଚାରିଆଡେ ଅସ୍ତବ୍ୟସ୍ତ 

ଜୀବନ ଯାତ୍ରାର ଗତି ll

ଘୋର ଗିରିଷମ କାଳ 

ମହୀ ହେବ ସୁଶୀତଳ 

ଚାତକେ ଅଛନ୍ତି ଚାହିଁ 

ବରଷିଲେ ବରଷାର ଜଳ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children