ବୈଶାଖ
ବୈଶାଖ
ବରଷକ ଅଟେ ବାରମାସ ଆମ
ଛଅ ଋତୁ ହେଇଥାଇ
ଗ୍ରୀଷ୍ମ ଋତୁ ଜ୍ୟେଷ୍ଠ ବଇଶାଖ ହୁଏ
ଦୁଇ ଗୋଟି ମାସ ନେଇ ।
ପ୍ରଚଣ୍ଡ ଖରାରେ ଧରା ତାତି ଯାଏ
ଅସହ୍ୟ ଯନ୍ତ୍ରଣା ହୁଏ
ଗ୍ରୀଷମ ପ୍ରବାହ ବେଳୁ ବେଳ ବଢେ
ଦିନ ବଡ ହେଇଯାଏ ।
ରାତି ଛୋଟକୁ ଯେ ନିଦ ହୁଏ ନାହିଁ
ଗରମରେ ଲାଗେ କଷ୍ଟ
ଛାଇ ଟିକେ ଖୋଜି ମିଳେ ନାହିଁ ଜମା
ବୃକ୍ଷ ହେଇଅଛି ନଷ୍ଟ ।
ପବନ କେମିତି ବହିବ ମହୀରେ
ଚାହିଁଲେ ପାଇବ କାହୁଁ
ଏଇତ ମଣିଷ ବୃକ୍ଷ ରୋପୁ ନାହିଁ
ଝାଞ୍ଜି ଖରା ବହେ ତହୁଁ ।
ଗଛ ଥିଲେ ସିନା ପତର ହଲନ୍ତା
ପବନ ବହନ୍ତା ଆପେ
ଶୀତଳ ପବନ ଛୁଇଁ ଯାଇଥାନ୍ତା
ଏଇତ ଖରା ପ୍ରକୋପେ ।
ଖରା ସିନା ହୁଏ ଧରା ତାତି ଯାଏ
ହେଲେ ଧର୍ମ ମାସ ଇଏ
ଜଳ ଦାନ ମହାପୁଣ୍ୟ ହୋଇଥାଏ
ଜଳଛତ୍ର କରାଯାଏ ।
ଅକ୍ଷୟ ତୃତୀୟେ ଅକ୍ଷି ମୁଠି ଧରି
କ୍ଷେତେ ଶୁଭ ଦିଆଯାଏ
ଖରା ଦିନ ପାଇଁ ଏଇ କୃଷି କାର୍ଯ୍ୟ
ଭଲ ଭାବେ ହୋଇଥାଏ ।
ଶନିଓଷା ହୁଏ ସଜ ଖିଆଯାଏ
କେତେ ସ୍ବାଦ ଲାଗେ ସିଏ
ଟପ୍ ଟପ୍ ହେଇ ପାଚିଲା ଆମ୍ବଟି
ପବନରେ ଝଡୁ ଥାଏ ।
କାଳ ବଇଶାଖୀ ଘୂର୍ଣ୍ଣିଝଡ ବହେ
ଆକାଶେ ଖଣ୍ଡିଆଭୂତ
ଘୂର୍ଣ୍ଣୟମାନ ସେ ହୋଇ ଉଠୁଥାଏ
ସୁନ୍ଦର ଦିଶେ ଜଗତ ।
ପଣା ସଂକରାନ୍ତି କେବେ ପଡିଥାଏ
ଝାମୁ ଯାତ୍ରା ହୋଇଥାଏ
ଦଣ୍ଡ ଯାତ୍ରା ଛପା ହୋଇଥାଏ ସେଠୁ
କୁଦଣ୍ଡ ଆରମ୍ଭ ହୁଏ ।
ଛତା ଜୋତା ପାଣି ଲୋଡା ହୋଇଥାଏ
ସଭିଁଙ୍କ ଜୀବନ ସିଏ
ଚନ୍ଦନ ପୂର୍ଣ୍ଣିମା ସରିଗଲା ପରେ
ବଇଶାଖ ଶେଷ ହୁଏ ।
ଜଳଦାନ କଲେ ପୂଣ୍ୟ ମିଳିଥାଏ
ବୃକ୍ଷ ରୋପଣରେ ଛାଇ
ଧର୍ମ ପରାୟଣ ଏଇ ଧର୍ମ ମାସ
ନା କିଏ ଭୁଲି ଥାଇ ।
