STORYMIRROR

Lata Behera

Abstract

4  

Lata Behera

Abstract

ବୈଶାଖ

ବୈଶାଖ

1 min
339


ବରଷକ ଅଟେ ବାରମାସ ଆମ

    ଛଅ ଋତୁ ହେଇଥାଇ

ଗ୍ରୀଷ୍ମ ଋତୁ ଜ୍ୟେଷ୍ଠ ବଇଶାଖ ହୁଏ

    ଦୁଇ ଗୋଟି ମାସ ନେଇ ।


ପ୍ରଚଣ୍ଡ ଖରାରେ ଧରା ତାତି ଯାଏ

    ଅସହ୍ୟ ଯନ୍ତ୍ରଣା ହୁଏ

ଗ୍ରୀଷମ ପ୍ରବାହ ବେଳୁ ବେଳ ବଢେ

    ଦିନ ବଡ ହେଇଯାଏ ।


ରାତି ଛୋଟକୁ ଯେ ନିଦ ହୁଏ ନାହିଁ 

    ଗରମରେ ଲାଗେ କଷ୍ଟ 

ଛାଇ ଟିକେ ଖୋଜି ମିଳେ ନାହିଁ ଜମା

   ବୃକ୍ଷ ହେଇଅଛି ନଷ୍ଟ ।


ପବନ କେମିତି ବହିବ ମହୀରେ

   ଚାହିଁଲେ ପାଇବ କାହୁଁ 

ଏଇତ ମଣିଷ ବୃକ୍ଷ ରୋପୁ ନାହିଁ 

   ଝାଞ୍ଜି ଖରା ବହେ ତହୁଁ ।


ଗଛ ଥିଲେ ସିନା ପତର ହଲନ୍ତା

    ପବନ ବହନ୍ତା ଆପେ

ଶୀତଳ ପବନ ଛୁଇଁ ଯାଇଥାନ୍ତା

   ଏଇତ ଖରା ପ୍ରକୋପେ ।


ଖରା ସିନା ହୁଏ ଧରା ତାତି ଯାଏ

    ହେଲେ ଧର୍ମ ମାସ ଇଏ

ଜଳ ଦାନ ମହାପୁଣ୍ୟ ହୋଇଥାଏ

    ଜଳଛତ୍ର କରାଯାଏ ।


ଅକ୍ଷୟ ତୃତୀୟେ ଅକ୍ଷି ମୁଠି ଧରି 

    କ୍ଷେତେ ଶୁଭ ଦିଆଯାଏ 

ଖରା ଦିନ ପାଇଁ ଏଇ କୃଷି କାର୍ଯ୍ୟ

   ଭଲ ଭାବେ ହୋଇଥାଏ ।


ଶନିଓଷା ହୁଏ ସଜ ଖିଆଯାଏ

    କେତେ ସ୍ବାଦ ଲାଗେ ସିଏ

ଟପ୍ ଟପ୍ ହେଇ ପାଚିଲା ଆମ୍ବଟି

    ପବନରେ ଝଡୁ ଥାଏ ।


କାଳ ବଇଶାଖୀ ଘୂର୍ଣ୍ଣିଝଡ ବହେ

   ଆକାଶେ ଖଣ୍ଡିଆଭୂତ 

ଘୂର୍ଣ୍ଣୟମାନ ସେ ହୋଇ ଉଠୁଥାଏ

    ସୁନ୍ଦର ଦିଶେ ଜଗତ ।


ପଣା ସଂକରାନ୍ତି କେବେ ପଡିଥାଏ

    ଝାମୁ ଯାତ୍ରା ହୋଇଥାଏ

ଦଣ୍ଡ ଯାତ୍ରା ଛପା ହୋଇଥାଏ ସେଠୁ

    କୁଦଣ୍ଡ ଆରମ୍ଭ ହୁଏ ।


ଛତା ଜୋତା ପାଣି ଲୋଡା ହୋଇଥାଏ

    ସଭିଁଙ୍କ ଜୀବନ ସିଏ

ଚନ୍ଦନ ପୂର୍ଣ୍ଣିମା ସରିଗଲା ପରେ

    ବଇଶାଖ ଶେଷ ହୁଏ ।


ଜଳଦାନ କଲେ ପୂଣ୍ୟ ମିଳିଥାଏ

    ବୃକ୍ଷ ରୋପଣରେ ଛାଇ

ଧର୍ମ ପରାୟଣ ଏଇ ଧର୍ମ ମାସ

   ନା କିଏ ଭୁଲି ଥାଇ ।    



Rate this content
Log in

Similar oriya poem from Abstract