STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ବୈଶାଖ ପୂର୍ଣ୍ଣିମା

ବୈଶାଖ ପୂର୍ଣ୍ଣିମା

1 min
6


ବୈଶାଖ ପୂର୍ଣ୍ଣିମା ଅତି ପବିତ୍ର ଲାଗଇ

ମହା ପ୍ରଭୁଙ୍କ ଚନ୍ଦନ ଯାତ୍ରା ହେଉ ଥାଇ

ଏହି ଦିନ ଗୌତମ ବୁଦ୍ଧ ଜନ୍ମ ନେଲେ

ଶାନ୍ତି ଦୂତ ହୋଇ ଧରା କୁ ଆସିଲେ

ସତ୍ୟ ଧର୍ମ ପଥ ଦେଖାଇଗଲେ ଜଗତକୁ

ସତ୍ୟମ ଶରଣମ୍ ଗଚ୍ଛାମି ଧର୍ମମ ଶରଣମ୍ ଗଚ୍ଛାମି କହିଲେ ସଭିଙ୍କୁ

ପିଲା ବେଳେ ମାଉସୀ ଗୌତମି ପାଳନ କରିଲେ

ଯିବା ବୟସ ରେ ପିତା ତାଙ୍କ ବିବାହ କରାଇଦେଲେ

ରାହୁଲ ନାମ ରେ ଏକ ପୁତ୍ର ଜନ୍ମ ହେଲା

ଥରେ ସନ୍ନ୍ୟାସି ଙ୍କୁ ଦେଖି ମନ ବଦଳି ଗଲା

ନିରଞ୍ଜନା ନଦୀ କୂଳ ରେ ସେ ଧ୍ୟାନ କରି ବସିଲେ

ଅଶ୍ଵତ୍ଥ ବୃକ୍ଷ ତଳେ ବସି ସିଦ୍ଧି ଲଭି ବୌଦ୍ଧ ହୋଇଲେ

କାମନା ର ବିନାଶ ରେ ଦୁଃଖ ର ବିନାଶ ଜଣାଇଲେ

ଅଷ୍ଟଙ୍ଗ ମାର୍ଗ ରେ ଚାଲ ଦୁଃଖ ଯିବ କହି ଗଲେ

ସତ୍ୟ ପାଇଁ ସେ ସହି ଗଲେ ନିନ୍ଦା ଅପବାଦ କୁ 

ବୌଦ୍ଧ ଧର୍ମ ପଚାର କଲେ ବୁଲି ଦେଶ ବିଦେଶକୁ

ବୌଦ୍ଧ ଧର୍ମ ଓଡିଶା ରେ ବି ପ୍ରଚାର ହୋଇଲା

ଗଞ୍ଜାମ ବୁଦ୍ଧଖୋଲ ଭୁବନେଶ୍ୱର ଧଉଳି ରେ ବୁଦ୍ଧ ମୂର୍ତ୍ତି ହେଲା

ଅଶୋକ ଚଣ୍ଡାଶୋକରୁ ଧର୍ମା ଶୋକ ହୋଇଲେ

ଯେବେ ସେ ବୌଦ୍ଧ ଧର୍ମ ପ୍ରଚାର କରି ଥିଲେ

ଆସ ଆମେ ବୁଦ୍ଧ ଦେବ ଙ୍କ ନିର୍ବାଣ ପଥରେ ଯିବା

ସତ୍ୟ ଧର୍ମ କୁ ଆଶ୍ରୟ କରି ଜୀବନ ଦିବ୍ୟ କରିବା ।।


Rate this content
Log in

Similar oriya poem from Classics