STORYMIRROR

Amit Bal

Tragedy Classics Inspirational

3  

Amit Bal

Tragedy Classics Inspirational

ବୈରାଗୀ ମନ

ବୈରାଗୀ ମନ

1 min
160

           


ମନ ମରୁବୁକେ ଜୀବନର ସଂଜେ

ଭାବୁଛି ମୁଁ ଏବେ ବସି

ଜୀବନ ଟା କାହିଁ ମାୟା ମରୀଚିକା

ମିଛ ଏଠି ସବୁ ଖୁସି ,


ମନରେ ବୈରାଗ୍ୟ ଆଜି ଆସୁଅଛି

ପ୍ରଶ୍ନର ଅନେକ ଭିଡ଼

ଚଲାପଥ ଏବେ କଠିନ ଲାଗୁଛି

ଜୀବନ ନେଉଛି ମୋଡ ,


ବିଗତ ଦିନର ଯେତେ ସବୁ ସ୍ମୃତି

ଭୋଗୁଛି କି ପତ୍ରଝଡ଼ା

ଲୁହର ଭୟରେ ମିଛ ହସ ଏଠି

ନୀତି ହେଉଅଛି ଲୋଡା ,


ପରାଜିତ ମୁଁ ଯେ ଜୀବନ ଯୁଦ୍ଧରେ

ପଡ଼ିଛି ଶବଟେ ହୋଇ

ମିଛ କୁହୁଡିରେ ପହଁରି ପହଁରି

କେତେ ଦୂର ହବ ଯାଇ ,


ଜୀଇଁବା ଠୁ ଆଜି ମରିବା ସହଜ

ବୁଝି ବାକୁ ବାକି ନାହିଁ

କିଏ ଜାଣିଥିଲା ଜୀବନ ଏମିତି

ଆସିବ ବି ଦୁଃଖ ନେଇ,


ପାଦ ଚିପି ଚିପି ଅନ୍ଧାର ରାତିରେ

ଭାଗ୍ୟ କରୁଅଛି ଖେଳ

ସେ କାହୁଁ ଜାଣିବ ବୈରାଗୀ ମନେ

ନାହିଁ ଆଉ ମାୟା ବଳ,


ଜୀବନ ବୀଣାର ଛିଡି ଅଛି ତାର

ବେସୁରା ତ ଏବେ ଗୀତ

ତାଳ ଲୟ ଛନ୍ଦ ଯୋଡିଲେ କି ହେବ

ମନ ଟା ହିଁ ଯଦି ମୃତ ,


ସମୟ ଆସିଛି ବୈରାଗୀ ଏ ମନେ

ଆଉ କିଛି ନାହିଁ ମୋହ

ପ୍ରଭୁ ପାଶେ ଟିକେ ଶରଣ ପାଇଁ କି

ହୃଦୟ ରେ ଏତେ କୋହ ..!!


 


Rate this content
Log in

Similar oriya poem from Tragedy