Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

2  

Pranati Mahapatra

Inspirational

ବୈଜ୍ଞାନିକ ସାର୍ ସି ଭି ରମଣ

ବୈଜ୍ଞାନିକ ସାର୍ ସି ଭି ରମଣ

1 min
253



ବିଷୟ- ବୈଜ୍ଞାନିକ ସାର୍ ସି. ଭି. ରମଣ

ଭାରତ ରତ୍ନ ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ


ଆବିର୍ଭାବ - ୭ ନଭେମ୍ବର ୧୮୮୮

ତିରୋଧାନ-୨୧ ନଭେମ୍ବର ୧୯୭୦


💐💐💐💐💐💐💐


💐 ସ୍ମରଣେ ଭାରତ ରତ୍ନ💐

💐💐💐💐💐💐💐💐


ତାମିଲନାଡୁର ତିରୁଚିରାପଲ୍ଲୀ ବ୍ରାହ୍ମଣ ପରିବାରରେ

ରାମନାଥନ୍ ଓ ପାର୍ବତୀ ଦେବୀଙ୍କ କୋଳ ମଣ୍ଡନ କଲେ

ଅଠରଶ ଅଠାଅଶି ନଭେମ୍ବର ଦୁଇ ତାରିଖରେ

ଅମ୍ଲାନ ପ୍ରତିଭା ଭେଙ୍କଟ ରମଣ ଭୂମିଷ୍ଠ ହୋଇଥିଲେ।


ପିତା ରାମନାଥନ୍ ଭୌତିକ ବିଜ୍ଞାନର ଅଧ୍ୟାପକ

ବାର ବର୍ଷରେ ଦଶମ ଉତ୍ତୀର୍ଣ୍ଣ ଚଉଦରେ ଦୁଇ ଯୁକ୍ତ

ପ୍ରେସିଡେନ୍ସି କଲେଜରେ ବି ଏ ପଢି ଡିଗ୍ରୀ କଲେ ଆୟତ୍ତ

ଭୌତିକ ବିଜ୍ଞାନରେ ପ୍ରଥମ ପାଇଲେ ସ୍ଵର୍ଣ୍ଣ ପଦକ।


ପଦାର୍ଥ ବିଜ୍ଞାନୀ ଭେଙ୍କଟ ପରା ଭାରତର ଦାୟାଦ

ଆଲୋକ ପ୍ରତିସରଣ କ୍ଷେତ୍ରରେ ଉତ୍ତମ ଗବେଷକ

ଆଲୋକ ରଶ୍ମି ସ୍ଵଛ ପଦାର୍ଥ ଦେଇ କଲେ ଅତିକ୍ରମ

ସେ ସମୟେ କିଛି ଆଲୋକ ରଶ୍ମି ହୋଇଥାଏ ବିଛୁରିତ।


ଉକ୍ତ ସମୟେ ଦୈର୍ଘ୍ୟ ବିସ୍ତୃତିରେ ହୁଏ ପରିବର୍ତ୍ତନ

 ପ୍ରତ୍ୟକ୍ଷ ଭାବେ ଏ ପରିପ୍ରକାଶ ରମଣ ବିଛୁରଣ

ଏ ସବୁ ସମ୍ଭବ ହୋଇଥାଏ ତା ପ୍ରଭାବ ଯେ ରମଣ

ଦେଲେ ତାଙ୍କୁ ଭାରତ ସରକାର ଭାରତ ରତ୍ନ ସମ୍ମାନ।


ଯୁବକ ଛାତ୍ରଙ୍କ ଆଦର୍ଶ ସୁବକ୍ତା ଭେଙ୍କଟ ରମଣ

ଏକଦା ନୀଳ ଆକାଶ ସମୁଦ୍ର ବରଫର କାରଣ

 ବାରମ୍ବାର ନିଜକୁ ନିଜେ ପୁଛିଲେ ତା'ର କାରଣ

ଗବେଷଣା ଶେଷେ ଚମକିଲା ବିଶ୍ଵ ପ୍ରଭାବ ଯେ ରମଣ।


ନିତ୍ୟ ଜୀବନରେ ଆମର ଆବଶ୍ୟକ ବିଜ୍ଞାନ

ଜନସାଧାରଣ ହିତ ସାଧନେ ପ୍ରୟୋଗ ବହୁଳ ବିଜ୍ଞାନ

ସଭିଙ୍କ ମନେ ବୈଜ୍ଞାନିକ ଦୃଷ୍ଟି ଭଙ୍ଗୀରେ ବିକାଶ 

ସେହି ନିମନ୍ତେ ବିଜ୍ଞାନ ଦିବସ ହୁଏ ଯେ ପାଳନ

ତାଙ୍କ ସମ୍ମାନାର୍ଥେ ଫେବୃୟାରୀ ୨୮ ବିଜ୍ଞାନ ଦିବସ

ସାରା ଭାରତେ ସେଦିନରୁ ଏଯାବତ ହେଉଛି ପାଳିତ।


ପ୍ରଣମ୍ୟ ଅମ୍ଲାନ ପ୍ରତିଭା ଭେଙ୍କଟ ରମଣ

ଭୁଲି ପାରିବନି ଏ ସାରା ବିଶ୍ଵ ତୁମ୍ଭ ଅବଦାନ।





Rate this content
Log in

Similar oriya poem from Inspirational