STORYMIRROR

Sandhyarani dash

Tragedy

4  

Sandhyarani dash

Tragedy

ବାଟବଣା

ବାଟବଣା

1 min
345

ବସନ୍ତ ଆସିଲା ମଳୟ ନ ଆଣି

ପ୍ରୀତି ଖୋଜୁଥିଲା ଋତୁ,

ପ୍ରୀତି ପୁଣି କେବେ ଦେଇଦେଲା ଧ୍ଵାକା

ହଜିଲା ସପନ ନେତ୍ରୁ।

ମନ କଥା ମୋର କହି ଥିଲେ ଥରେ

ପ୍ରୀତି ସାଥି ଥିଲେ ଜହ୍ନ,

ଆଜି ସେଇ ପ୍ରୀତି ଦୂରେଇ ଯାଇଛି

ଭାଙ୍ଗି ଦେଇ ମୋର ମନ।

ନିଜର ବୋଲି ମୁଁ ଯାହାକୁ ଭାବିଲି

ଦେଇଦେଲା ମୋତେ ଧ୍ବାକା

ନିଜ ପଥ ନିଜେ ବାଛି ନେଇ ଗଲା

କରି ଦେଲା ଦେଖ ଏକା।

ଯେତେ ଲୁଚାଇଲେ ଲୁଚେ ନାହିଁ ଜମା

ଲୁହ ଧାର ଯାଏ ବୋହି

ମନ କଥା ମୋର କାହାକୁ କହିବି

ପାଖରେ ନ ଥିଲେ କେହି।

ଭଗ୍ୟରେଖା କାର ସମାନ୍ତରେ ଚାଲେ

ପାରିବେନି କେହି କହି

ବିଗତ ଦିନର ସ୍ମୃତି ଗୁଡା ସବୁ

ନଦୀ ସ୍ରୋତେ ପ୍ରାୟ ବହି।

ରାତ୍ରି ଆସେ ନାହିଁ ନିଦକୁ ନ ଆଣି

ଏକଥା ସର୍ବାଙ୍କୁ ଜଣା

ମିଛ ମରୀଚିକା ପରି ଏ ପୀରତି

ଜାଣୁ ଜାଣୁ ବାଟ ବଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy