Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Classics Others

3  

ABADHOOT PANDA

Classics Others

ବାତ୍ସଲ୍ୟମୟୀ ଜନନୀ

ବାତ୍ସଲ୍ୟମୟୀ ଜନନୀ

1 min
172



     

ମା ମା ଡାକ ବଡ଼ ମଧୁର ସଂସାରେ ସାର

ଅତି ଆପଣାର ପିୟୁଷ ବରଷେ ତାର ଗିର ll


ଅଜାଡ଼ି ସ୍ୱବକ୍ଷୁ ପିୟୁଷ ନୀର ବଞ୍ଚାଏ ପ୍ରାଣ

ସେତ ପରମ ବ୍ରହ୍ମଙ୍କ ସର୍ବ ଶ୍ରେଷ୍ଠ ଭିଆଣ ll


ଜାତିଆଣ ଭାବ ନଥାଏ କେବେ ତାହାର

ପୁଅ ଝିଅ ପାତର ଅନ୍ତର ନାହିଁ ବଡ଼ ଉଦାର ll


ନିକିତିରେ ବସେଇ ତାକୁ କଲେ ତଉଲ

ଓଜନିଆ ହୁଏ ନିରନ୍ତର,

ସେ ଯେ ଶକ୍ତି ରୂପିଣୀ ଆଉ ସକଳ

ମାନବଜାତି ସୃଷ୍ଟିର ଆଧାର ll


ଅବମାନନା ତାର ମାତୃତ୍ୱର ଅସହ୍ୟ ହୁଏ

ସକଳ ଦେବା ଦେବୀ ଯକ୍ଷ ରକ୍ଷ

ଗନ୍ଧର୍ବ କିନ୍ନରମାନଙ୍କ ଆତ୍ମ ମର୍ଯ୍ୟାଦା

ରକ୍ଷଣ,

ଜନନୀ ଜଠରୁ ହୋଇ ଉତ୍ପତ୍ତି ଆଜି

ଯାଇଛନ୍ତି ପାସୋରି ମାତୃଜାତିର

ଅବଦାନ ନରପୁଙ୍ଗବେ ପାଶବିକ ପଣେ

ଆଚରି ନାରୀ ଉତ୍ପୀଡ଼ନ ll


ଜନନୀ ଆଉ ଜନ୍ମ ଭୂମିର ମହତ୍ୱର 

ସମକକ୍ଷ ନୁହେଁ ଜମା ଇନ୍ଦ୍ରପଦ ଆସନ

ସ୍ୱର୍ଗ ମର୍ତ୍ତ୍ୟ ପାତାଳର ଭୂଷଣ,

ପରମେଶ୍ଵରଙ୍କ ବିଭୁତିର ନିପାତନସିଦ୍ଧ

ସୃଷ୍ଟି ନାରୀବିଗ୍ରହ ଯିଏ ନେଇଥାଏ ରୂପ

ଜନନୀ ଜାୟା ଭଗିନୀ ଆଦି ଭୂମିକାର

ଯୁଗେ ଯୁଗେ କରିବାକୁ ସଂସାର ରକ୍ଷଣ ll


ଛୋଟ ନୁହେଁ ନାରୀ ଜାତି ସମଗ୍ର ବିଶ୍ୱ

ମଣ୍ଡଳେ ବରଂ ଉତ୍କୃଷ୍ଟତମ ଚମତ୍କାରୀ

କର୍ତ୍ତୁତ୍ୱ ଓ ପ୍ରେମୀଳ ତତ୍ତ୍ୱ-ମିଶ୍ରିତ ଏକ

ଶାଶ୍ୱତ ଉପାଦାନ,

ଅଜ୍ଞାନ ଦିଗ୍ ଭ୍ରାନ୍ତ ବ୍ୟଭିଚାରୀ ପୁଂଶ୍ଚଳେ

ନଚିହ୍ନି ହୁଅନ୍ତି ଭ୍ରମିତ କୁପ୍ରବୃତ୍ତି ବଶେ

ମଣି ଅବଳା ନାରୀଗଣେ ଦେଇଥାନ୍ତି

ସେମାନଙ୍କୁ ଅକଥନୀୟ କଷଣ ll


ପରମେଶ୍ୱର ନୁହନ୍ତି ନାରୀପୁରୁଷ ତତ୍ତ୍ୱ

ଅନ୍ତର୍ଭୁକ୍ତ ଚୈତନ୍ୟ, ବରଂ ଅଟନ୍ତି ସିଏ

ଏକ ପ୍ରତୀକ ଯିଏ ଉଭୟ ତତ୍ତ୍ୱର

ବହିର୍ଭୁକ୍ତ ସନ୍ତୁଳିତ ମିଶ୍ରଣ ll



Rate this content
Log in

Similar oriya poem from Classics