ବାସି ପଖାଳ
ବାସି ପଖାଳ
ଦିନ ସିନା ସରିଯାଏ
ମରେ ନାହିଁ ସ୍ମୃତି
ଅତୀତର କେବେ ମଧ୍ୟ
ହୁଏ ନାହିଁ ଇତି
ଭୋକ ଉପାସରେ ଯେବେ
ଦିନ କଟୁଥିଲି
ମୁଠାଏ ବାସି ପଖାଳରେ
ପେଟ ପୋଷୁଥିଲି
ସେ ବାସି ପଖାଳ ଥିଲା
ଜୀବନ ଅମୃତ
ଆଜି ବଡ଼ ବାବୁ ହେଲି ବୋଲି
ଭୁଲିଲି ସମସ୍ତ
ଦୁନିଆକୁ ଲୁଚାଇଛି
ମୋର ପରିଚୟ
ହେଲେ ମୋର ମନ ଏହା
ଜାଣିଛି ନିଶ୍ଚୟ
ଜାଣିଛି ନିଶ୍ଚୟ
