STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ବାସି ପଖାଳ

ବାସି ପଖାଳ

1 min
396

ଦିନ ସିନା ସରିଯାଏ

ମରେ ନାହିଁ ସ୍ମୃତି

ଅତୀତର କେବେ ମଧ୍ୟ

ହୁଏ ନାହିଁ ଇତି


ଭୋକ ଉପାସରେ ଯେବେ

ଦିନ କଟୁଥିଲି

ମୁଠାଏ ବାସି ପଖାଳରେ

ପେଟ ପୋଷୁଥିଲି


ସେ ବାସି ପଖାଳ ଥିଲା

ଜୀବନ ଅମୃତ

ଆଜି ବଡ଼ ବାବୁ ହେଲି ବୋଲି

ଭୁଲିଲି ସମସ୍ତ


ଦୁନିଆକୁ ଲୁଚାଇଛି

ମୋର ପରିଚୟ

ହେଲେ ମୋର ମନ ଏହା

ଜାଣିଛି ନିଶ୍ଚୟ

ଜାଣିଛି ନିଶ୍ଚୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract