STORYMIRROR

Lipi Sahoo

Inspirational

4  

Lipi Sahoo

Inspirational

ବାର୍ତ୍ତା

ବାର୍ତ୍ତା

1 min
220

ଆଜି କାଇଁ ଖୁବ୍ 

ମନେ ପଡୁଚି ତୋ

କୁନି କୁନି ଓଠର ଦରୋଟି ହସ

ନିହାତି ସରଳ ଆଉ ନିଷ୍ପାପ


ହାତ ଧରି ଭୂଇଁରେ ପ୍ରଥମ

ପାଦ ଥାପିବାର ଖୁସିରେ ଆତ୍ମହରା

ଉଛୁଳି ପଡ଼ିଥିଲା ଦୁର୍ବୋଧ୍ୟ କିଛି ଶବ୍ଦ

ମୁଁ ବି ମାତୃତ୍ଵ ଗୌରବରେ ବିଭୋର


ପ୍ରଥମ ଥର ଏକା ଏକା

ଛୋଟିଆ ନୀଡକୁ ଛାଡି

ପଦାକୁ ବାହାରିଚୁ ତୁ

ଆଖିରେ ଆକାଶକୁ ଜିଣିବାର ସ୍ୱପ୍ନ 


ଶିଖିବାର ଅନେକ ଅଛି ବାକି

ଧୀରେ ଧୀରେ ଦୁନିଆ ଚିହ୍ନିବୁ

ପଣତର ଆଢୁଆଳ ନ ଥିବ

କି ଦୃଢ ବଟବୃକ୍ଷର ଛାଇ 


ସଦା ମନେ ରଖିଥିବୁ

ଏଠି ହାରିବାରେ ନାହିଁ ବିଶାଦ 

କି ଜିତିବାରେ ଉନ୍ମାଦନା

ସବୁ ଖାଲି ନିଚ୍ଛକ ଅଭିନୟ ମାତ୍ର   


ତୁ ପ୍ରକୃତ ବାସିନ୍ଦା

ଅନ୍ୟ ଏକ ଆନନ୍ଦମୟ ଜଗତର

ଆରମ୍ଭଟା ଯେତିକି ନାଟକୀୟ

ଯବନିକା ସେତିକି ବାସ୍ତବ ସତ୍ୟ


           

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational