ବାର୍ତ୍ତା
ବାର୍ତ୍ତା
ବିଚ୍ଛେଦ ର ପଥ ଆପଣାଇ ନେଲ
ଚାଲିଗଲ କେତେ ଦୂର
ତମକୁ ନପାଇ ଏତେଦିନ ହେଲା
ମନହୁଏ ଥରହର ।।
ତମର ଭାବନା ଜାଣି ପାରୁନି ମୁଁ
ବାର୍ତ୍ତା ରେ ମେଣ୍ଟୁନିି କ୍ଷୁଧା
ତମେ ପାଖେଥିଲେ ଭୁଲିଯାଏ ସବୁ
ବିପଦ ଆଶଙ୍କା ବାଧା ।।
ତମ ବାର୍ତ୍ତା ମୋର ହୃଦୟ ଛୁଏଁନି
ଛୁଇଁ ଯାଏ ମୋର ମନ
ତମେ ପାଖେଥିଲେ ଅମୂୂଲ୍ୟ ସଂପଦ
ମୋ ପାଇଁ ସବୁ ଅସାର ।।
କେତେ ଦୂର ବନ୍ଧୁ ଚାଲିଗଲ ତମେ
ଫେରି ଚାହିଁଲନି ଆଉ
ଚକ୍ଷୁଥାଇ ମୋତେ ଅନ୍ଧଧାରିଆ ଲାଗେ
ପଥତ ଦିଶୁନି ଆଉ ।।
ମନେ ଅଛି ବନ୍ଧୁ ଭ୍ରମିିଥିଲେ ଆମ୍ଭେ
ସିଦ୍ଧମଠ ଖସାପିଠା
ମାର୍ଗଶିର ଶେଷେ ପଉଷର ଶେଷେ
ସେ ସ୍ମୃତି କେଡେ ମିଠା ।।
ତମ ବିନା ବନ୍ଧୁୁ ପଥଲାଗେ ଏକା
କିଏ ହେବ ସହଚର
ଝୁଣ୍ଟି ପଡ଼ିଲେ ମୁଁ ଉଠାଇବ କିଏ
କହିି ଟିକେ ଧର୍ଯଧର ।।
ପଥଭ୍ରଷ୍ଟ ହେଲେ ଉପଦେଶ ପୁଣି
ଯୁକ୍ତି ରେ ହରାଅ ତମେ
ବନ୍ଧୁ ଗହଣରେ ହାରୁନାହିିଁଁ କେବେ
ତମେ ଆଉ ମୁଁ ଥିଲେ ।।
ଭାବିବନି ବନ୍ଧୁ ଏ କବିତା ମୋର
ହୃଦୟର ଆସ୍ପର୍ଦ୍ଧତା
ଫେରି ଆସ ବନ୍ଧୁ ଫେରି ଆସ ତମେ
ଏତିକି ମୋର ବାର୍ତ୍ତା ।।

