STORYMIRROR

kahnu charan sahu

Abstract

3  

kahnu charan sahu

Abstract

ବାର୍ଦ୍ଧକ୍ୟ

ବାର୍ଦ୍ଧକ୍ୟ

1 min
230

ସମୟର ଅପରାହ୍ନରେ

କ୍ଲାନ୍ତ, ମରାଳର କରୁଣ କାହାଣୀ

ପଦାର୍ପଣ କରେ 

ଶେଷ ସୀମା ଛୁଉଁଥିବା ଜୀବନ ପଥରେ !


ବେଳେବେଳ ବଞ୍ଚିବାକୁ ହୁଏ

ନିର୍ଜୀବଟେ ହୋଇ

ହତାଶା, ନିରାଶା, ରୋଗ, ଶୋକ 

ତିରଷ୍କାର ଓ ଯନ୍ତ୍ରଣାର 

ଆବଦ୍ଧ କୋଠରୀ ଭିତରେ 


ପାନ କରିବାକୁ ହୁଏ 

ଗଙ୍ଗାପରି ପବିତ୍ର ଚିରସ୍ରୋତା ଅଶ୍ରୁବିନ୍ଦକୁ

ୟା ତା ଗଞ୍ଜଣା ଶୁଣି

ସର୍ବସ୍ୱ ଦାନ କରିଦେଲା ପରେ ।


ଯୌବନର ଶାଣିତ ଦେହ

ସମୟ ସାଗରେ ହଜିଗଲା ପରେ

ଅନୁଭବ ହୁଏ ଆପଣାର ଭାବୁଥିବା ଦୁନିଆଯେ

ଅଲୋଡା, ଅଜଣା, ଅଚିହ୍ନାପରି

ଆଡେଇ ଦିଏ !


ଖରା,ବର୍ଷା ଓ ଶୀତରେ 

ଦେହକୁ ପଥର କରି

ଦିନେ ଭୋକିଲା ପେଟକୁ 

ଦାନା ଯୋଗାଉଥିବା ହାତ, ଗୋଡ଼

ନିଜର ଅସ୍ତିତ୍ବ ହରେଇ ବସିଲେ

କିଏ ବା ପଚାରେ ଆପଣାର ବୋଲି

ଛାଡ଼ିଦେଇ ଆସେ ଜରାଶ୍ରମେ 

ଅତୀତର ସ୍ମୃତିକୁ ଅବଲୋକନ କରି

ତିଳ ତିଳ ଜଳିବାକୁ

ହୃଦୟର କୋହକୁ ଓଠରେ ଚୁମିବାକୁ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract