STORYMIRROR

Kalandi pal

Inspirational

4  

Kalandi pal

Inspirational

ବାର୍ଦ୍ଧକ୍ୟ

ବାର୍ଦ୍ଧକ୍ୟ

1 min
213


ଦେହ ଜରାଜୀର୍ଣ୍ଣ     ପାଦ ଅବସନ୍ନ 

     ଚର୍ମ ଧୁଡୁ ଧୁଡୁ ଦେଖ.

ଚାଲିବାକୁ ଖୋଜେ  ବଳ ନାହିଁ ପାଦେ

    ଦିଶେ ଅବସାଦ ମୁଖ .।।


ମନେ ତା ଭରସା    ଆଶ୍ରୟ ପିପାସା

     ସେବା ଶୁଶ୍ରୁତା ତ ଦୂରେ.

ଆହା କେବେ ପଦେ  ଶୁଣିନି ବିଷାଦେ

     ସାହି ବନ୍ଧୁ ପରିବାରେ.।।


କାହାକୁ ବା କାହିଁ  ଦୋଷ ଦେବ ସେହି

    କା ପାଇଁ କରିଛି କ'ଣ.

ଯାହାକୁ ଗଢ଼ିଲା    ମଣିଷଟେ କରି

    ସାଜିଲା ସିଏ ରାବଣ.।।


ଚାନ୍ଦର ଚାନ୍ଦିନୀ    ହଜି ତ ଯାଏନି

    ଦିନେ ହୁଏ ମଲା ଜହ୍ନ.

ଥାଉ ଯେତେ ଗୁଣ ସ୍ବାର୍ଥ ପାଶେ ଶୂନ୍ୟ

   କେ ବୁଝେ ନାହିଁ ତା ମାନ.।।


ପଥରେ ପଥିକ   ଶ୍ରମେ ବିଶ୍ରାମେତ

    ଶାନ୍ତି ଦିଏ ବୃକ୍ଷ ଛାୟା.

ମେଣ୍ଟି ଗଲେ ଶ୍ରମ ତ୍ୟାଗ ସେହି ସ୍ଥାନ

    ଭୁଲେ ବୃକ୍ଷ ଛାୟା ମାୟା..।।


ନିଡେ ପାଳେ କାକ କୋକିଳ ଶାବକ

    ବଡ଼ ହୋଇ ଯାଏ ଉଡ଼ି.

ଦିନେ ଫେରେ ନାହିଁ କିବା ଭାବେ ନାହିଁ

   କାକ ସ୍ନେହ ପ୍ରେମ ଡୋରି.।।


ଭୁଲଇ ସନ୍ତାନ    ପିତାମାତା ପ୍ରେମ

    ଭୁଲେ ତାର ପ୍ରତିଦାନ.

ସ୍ବାର୍ଥେ ହୋଇ ଅନ୍ଧ   କରିଥାଏ ବାଦ

    ଦେଇଥିଲା ଯେ ଜୀବନ.।।


ଦେଖିଥିଲା କେତେ  ସ୍ବପ୍ନ ସେ ଜାଗ୍ରତେ

    ସପନ ହେଲା ନିଦ୍ରାର.

ନିଦ ଗଲେ ଭାଜି    ଉଭେଇ ଯାଏଟି

    ଅଟ୍ଟହାସ୍ୟ କରେ କାଳ .।।



Rate this content
Log in

Similar oriya poem from Inspirational