STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ବାର୍ଦ୍ଧକ୍ୟ ମୋ ଇଚ୍ଛାର ଅଧୀନ

ବାର୍ଦ୍ଧକ୍ୟ ମୋ ଇଚ୍ଛାର ଅଧୀନ

1 min
193


ବୁଢାହେବା ଆମ ଇଚ୍ଛାର ଅଧୀନ-ଚାହିଲେ ହୋଇବା ବୁଢା,

ହାଡ଼ ମାଂସ ମେଦ ରକ୍ତରେ ଆମର ଶରୀର ହୋଇଛି ଗଢା ।


ବୟସ ବଢିଲେ ଶରୀର ପାକଳ ହେଇଯାଏ ବଳେବଳେ,

ଅନୁଭବ ଆଉ ଅଭିଜ୍ଞାତା କେତେ ଥାଏ ଆମପାଦ ତଳେ ।


ମନକଥା ମାନି ଅଂଗ କାମକରେ ଥାଉ ବା ନ ଥାଉ ବଳ,

ମନବଳ ଥିଲେ ଶରୀର ଚାଲିବ ଇଚ୍ଛା ସଙ୍ଗେ ଦେଇତାଳ ।


ଦେହ ସିନା କେବେ ବୁଢା ହେଇପାରେ ମନ ବୁଢା ହୁଏନାହିଁ,

ନିଜର ମନକୁ ବୁଢାକଲେ ନିଜ ଶରୀର ରହିବ ଚାହିଁ ।


ବାଳ ପାଚିଯାଉ ଦାନ୍ତ ପଡ଼ିଯାଉ ମନବଳ ରହିଥାଉ,

ଶିଶୁ ସଙ୍ଗେ ମିଶି ଖେଳୁଥିବା ହସି ରୋଗ ଦୂରେ ଚାଲିଯାଉ ।


ହାରିବାନି ଆମେ ରଖିଥିବା ମନେ ସମୟ ବଦଳୁ ଥାଏ ,

ପରିବର୍ତ୍ତନକୁ ଆଦରି ଆନନ୍ଦେ ରହିବା ମରଣ ଯାଏ ।



Rate this content
Log in

Similar oriya poem from Classics