Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Susmita Dash

Abstract Others

3  

Dr Susmita Dash

Abstract Others

ବାର୍ଦ୍ଧକ୍ୟ ଭତ୍ତା

ବାର୍ଦ୍ଧକ୍ୟ ଭତ୍ତା

1 min
6.9K


ଆଉ କେତୋଟି ନିଃଶ୍ୱାସ ଅଛି ବାକି,

ରାତିର ଅନ୍ଧକାର ବଢ଼ିଚାଲିଛି

ଜୀବନର ଦୋଛକିରେ,

ଅପେକ୍ଷାରେ ବସିଛି

ପାଇବାକୁ ମୋ ବାର୍ଦ୍ଧକ୍ୟ ଭତ୍ତା।

ପେଜୁଆ ଆଖିରେ ପୁରୁଣା ସ୍ମୃତି,

ଲୁହ ପାଖରେ ବି ଅମାପ ଶକ୍ତି

ଏରୁଣ୍ଡି ବନ୍ଧ ନ ଡେଇଁ ରହିପାରେ

ଅତୀତକୁ ଖୋଜେ ଏକାନ୍ତରେ

ଓ ଖୋଜେ ନିଜର ସତ୍ତା।

ଜରାଶ୍ରମରେ ନିଃସଙ୍ଗ ବେଳାରେ,

ଇଚ୍ଛା ହୁଏ ଫିଙ୍ଗି ଦିଅନ୍ତି ସବୁ

ଅସୁମାରୀ ଆଶା, 

ଜରାଜୀର୍ଣ୍ଣ କାମନା ଓ ଜିଜ୍ଞାସା

ଈଶ୍ଵରଙ୍କ ଠାରେ ଆସ୍ଥା।

ଏ ଅନ୍ତରଙ୍ଗ ଦୁଃଖ ସଂପୂର୍ଣ୍ଣ ନିଜସ୍ଵ,

ପୁରୁଣା ଜିନିଷ ଫିଙ୍ଗା ହେଲାପରି

ମୂଲ୍ୟହୀନ, ମାଁର ବକ୍ଷର ରକତ

ନିର୍ବାସନରେ ଆଜି ମାତୃତ୍ଵ ,

ଖୋଜେ ପରିବାରର ସାନିଧ୍ୟ

ସ୍ନେହବୋଳା କଥା,

ପରିଜନ ମଧ୍ୟେ ଶ୍ରଦ୍ଧା,ସନ୍ତାନ ଠାରୁ

ବାତ୍ସଲ୍ୟ ମମତା,

ଏଇତ ମାଗୁଛି,

ମୋ ବାର୍ଦ୍ଧକ୍ୟ ଭତ୍ତା।


Rate this content
Log in