Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Tragedy

4  

Birakishore Nayak

Tragedy

ବାପୁହେ ତୁମେ ଚାଲିଗଲାପରେ

ବାପୁହେ ତୁମେ ଚାଲିଗଲାପରେ

1 min
239


ବାପୁଜୀ ହେ ତୁମେ ଅହିଂସା ବଳରେ

       ଆମକୁ ସ୍ୱାଧୀନ ଦେଲ,

ବହୁ ଝଡ଼ ଝଞ୍ଜା ସହିଛ ନୀରବେ

       ପ୍ରତିହିଂସା ଛାଡ଼ିଥିଲ ।


ତୁମ ଋଣ କେବେ ଶୁଝି ପାରିବନି

        ଭାରତର ଜନଗଣେ,

ତୁମ ଯଶ ଗାଇ ବଞ୍ଚିବେ ବିରହେ

        ତୁମେ ସଦା ପଡ଼ ମନେ ।


ତୁମରି ହସରେ କେତେ ଅlତ୍ମୀୟତା

        ପରକୁ ଆପଣା କରେ,

ଦେଶ ପାଇଁ ତୁମେ ଯେଉଁ ତ୍ୟାଗ କଲ

       ଆଉ କିଏ କରିପାରେ ।


ଆସୁଛି ତୁମର ଜୟନ୍ତୀ ଉତ୍ସବ

       ଅନେଇ ରହିଛି ଦେଶ,

ତୁମରି ଅଭୁଲା ସ୍ମୃତିକୁ ଝୁରି ସେ 

       ଭରିବ କେତେ ସାହସ ।


ତୁମେ ଗଲାପରେ ଦେଶର ସମସ୍ୟା

      ଜଟିଳୁ ଜଟିଳତର,

ଭାରତରେ ଆଉ ନାହିଁ ତ ପ୍ରଶାନ୍ତି

      ସବୁ କ୍ଷେତ୍ରେ ମତାନ୍ତର ।


ଯେତେ ରାଜନୀତି ଚାଲିଛି ଦେଶରେ

      ସବୁ ସ୍ୱାର୍ଥ ବିଜଡିତ,

ପୁଞ୍ଜିବାଦ ଆଜି ଶୋଷଣରେ ମାତେ

      ଲାଗେ ସତେ ପରାଜିତ ।


ସରଗରେ ଥାଇ ଦେଖ ଥରେ ବାପୁ

      ସ୍ୱାଧୀନତା ପରିଣତି,

ପରାଧୀନତାର ଯନ୍ତ୍ରଣା ଏବେବି

      ସହୁଛି ଭାରତ ଛାତି ।


ଆଉଥରେ ତୁମେ ଫେରି ଆସ ବାପୁ 

      ସ୍ୱତନ୍ତ୍ର ହେଉ ଏ ଦେଶ,

ନୂଆ ଜାଗରଣ ପ୍ରତିଟି ମନରେ

      ଭରି ହେଉ ସମାହିତ ।        


Rate this content
Log in

Similar oriya poem from Tragedy