ମୁଁ ଚୁପ ରହୁଛି
ମୁଁ ଚୁପ ରହୁଛି
ଭାଟିରେ ବସି ଖିର ପିଇଲେ
ସମସ୍ତେ କହିବେ ମଦ
ଗଉଡ଼ ଦୁଆରେ ମଦ ପିଇଲେ
ସମସ୍ତେ କହିବେ ଦୁଧ
ଯେଉଁଠି ଦେଖ ଯେଉଁଠି ଚାହଁ
ମଦ କାଚ ମିଳିଯାଉଛି
ଵୋପା ପୁଅ ମିଶି ମଦ ପିଇଉଛନ୍ତି
ମାଇକିନା ବସି ଦେଖୁଛି
ପୁଅ ପିଲା ପିଏ ଝିଅ ପିଲା ପିଏ
କିଏ ପିଇବାକୁ ଡରୁଛି
ଵୋପା ତ ପିଉଛି ମାଆ ତ ଦେଖୁଛି
କାହାର ବା କଣ ଯାଉଛି
ମ, ରେ ମରିବ ଦ ରେ ଦରିଦ୍ର
ଏ ହେଉଛି ମଦ ର ଡେଫିନେସନ
ଦି ଚାରିପେଗ ପେଟରେ ପଡିଲେ
ଛାଡି ଚାଲିଯାଏ ଟେନସନ
ମଦପାଇଁ ନାଟ ମଦ ପାଇଁ ଥାଟ
ଏଇ ଦୁନିଆରେ ଚାଲିଛି
କିଏ ମରିଗଲେ କିଏ ତରି ଗଲେ
ସରକାର ଙ୍କର କଣ ଯାଉଛି
ରାଜସ୍ୱ ତ ମିଳିଯାଉଛି
ଶିକ୍ଷା ସ୍ୱାସ୍ଥ୍ୟ ଏଠି ଚୁଲିକି ଗଲାଣି
ରାଜନୀତି ଖାଲି ଚାଲିଛି
ଯୋଜନା ଏଠାରେ ହଡ଼ପ ହେଉଛି
ଗରିବ ବାପୁଡା ଦେଖୁଛି,
ମଞ୍ଜ କଥା ଟିଏ କହିପକେଇଲେ
କହିଲେ କହିବ କହୁଛି
ସତକଥା ଏଠି କହିବାକୁ ମନା
ମୁଁ ନକହି ମୁଁ ଚୁପ ରହୁଛି
