STORYMIRROR

Niranjan Sahu

Tragedy

4  

Niranjan Sahu

Tragedy

ମୁଁ ଚୁପ ରହୁଛି

ମୁଁ ଚୁପ ରହୁଛି

1 min
336

ଭାଟିରେ ବସି ଖିର ପିଇଲେ    

    ସମସ୍ତେ କହିବେ ମଦ

ଗଉଡ଼ ଦୁଆରେ ମଦ ପିଇଲେ

     ସମସ୍ତେ କହିବେ ଦୁଧ

ଯେଉଁଠି ଦେଖ ଯେଉଁଠି ଚାହଁ

     ମଦ କାଚ ମିଳିଯାଉଛି

ଵୋପା ପୁଅ ମିଶି ମଦ ପିଇଉଛନ୍ତି

     ମାଇକିନା ବସି ଦେଖୁଛି

ପୁଅ ପିଲା ପିଏ ଝିଅ ପିଲା ପିଏ

    କିଏ ପିଇବାକୁ ଡରୁଛି

ଵୋପା ତ ପିଉଛି ମାଆ ତ ଦେଖୁଛି

   କାହାର ବା କଣ ଯାଉଛି

ମ, ରେ ମରିବ ଦ ରେ ଦରିଦ୍ର

    ଏ ହେଉଛି ମଦ ର ଡେଫିନେସନ

ଦି ଚାରିପେଗ ପେଟରେ ପଡିଲେ 

    ଛାଡି ଚାଲିଯାଏ ଟେନସନ

ମଦପାଇଁ ନାଟ ମଦ ପାଇଁ ଥାଟ

     ଏଇ ଦୁନିଆରେ ଚାଲିଛି

କିଏ ମରିଗଲେ କିଏ ତରି ଗଲେ

   ସରକାର ଙ୍କର କଣ ଯାଉଛି

     ରାଜସ୍ୱ ତ ମିଳିଯାଉଛି 

ଶିକ୍ଷା ସ୍ୱାସ୍ଥ୍ୟ ଏଠି ଚୁଲିକି ଗଲାଣି

     ରାଜନୀତି ଖାଲି ଚାଲିଛି  

ଯୋଜନା ଏଠାରେ ହଡ଼ପ ହେଉଛି

     ଗରିବ ବାପୁଡା ଦେଖୁଛି, 

ମଞ୍ଜ କଥା ଟିଏ କହିପକେଇଲେ

      କହିଲେ କହିବ କହୁଛି 

ସତକଥା ଏଠି କହିବାକୁ ମନା

     ମୁଁ ନକହି ମୁଁ ଚୁପ ରହୁଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy