STORYMIRROR

indira Satpathy padhi

Inspirational

4  

indira Satpathy padhi

Inspirational

ବାପା

ବାପା

1 min
354

 

ଆକାଶଠୁ ସ୍ୱଚ୍ଛ ଅଗ୍ନିଠୁ ଉଜ୍ଜ୍ୱଳ

    ଆମ୍ଭ ମାର୍ଗ ଦର୍ଶକ,

ପୁଷ୍ପଠୁ କୋମଳ ହୃଦୟ ତାଙ୍କର

   ସେ ଆମ୍ଭ ଆଦ୍ୟ ଶିକ୍ଷକ।

ମଧୁଠୁ ମଧୁର ନୀର ଠୁ ଶୀତଳ

    ତାଙ୍କ ସ୍ନେହ ମମତା,

ସତ୍ୟର ପୂଜାରୀ ନ୍ୟାୟର ଦର୍ଶକ

    ଆମ୍ଭ ପୂଜନୀୟ ପିତା ।

ତାଙ୍କ ପାଦ ତଳେ କରୁ ଯେ ଗୁହାରୀ

    ସେ ଚଳନ୍ତି ଦେବତା,

ତାଙ୍କ ପାଶେ ସୁଖ ତାଙ୍କ ପାଶେ ଦୁଃଖ

    ସେ ଆମ୍ଭର ଅନ୍ନଦାତା ।

ସ୍ଵାର୍ଥକୁ ଦୂରେଇ  ଦୁଃଖ ଆପଣାଇ

     ଦିଅନ୍ତି ସ୍ୱର୍ଗୀୟ ଖୁସି,

ଆମ ସୁଖ ଲାଗି   କଠିନ କାମକୁ

     ଆପଣାନ୍ତି ହସି ହସି ।

ତାଙ୍କ ପାଦ ତଳେ  କରୁଛି ଗୁହାରି

     ନେବା ପାଇଁ ଆଶୀର୍ବାଦ,

ଦୋଷକୁ ମୋହର  କ୍ଷମା ଟି କରିବେ

      କରିବନି ଅଭିମାନ ।

ତବ ଛାଇ ତଳେ  ରଖିବ ଟି ମୋତେ

     ମୋ ଚକ୍ଷୁ ମୁଦିବା ଯାଏ ,

ଚିର ଋଣି ହୋଇ    ରହିବି ନିଇତି

     ଦେହେ ତନୁ ଥିବା ଯାଏ ।

ପିତା ଯେ ପବିତ୍ର   ପିତା ହିଁ ସାଧକ

      ପିତା ଅଟନ୍ତି ପୁଣ୍ୟାତ୍ମା,

ତାଙ୍କ ଚଲାପଥ    ଅନୁସରଣରେ

     ସର୍ବେ ହୋଇବ ମହାତ୍ମା ।

ସ୍ନେହରେ ତାଙ୍କର   ନଥାଏ ଅନ୍ତର

     ସଭିଏଁ ତାଙ୍କ ନିଜର,

ହୃଦୟରେ ସତେ   ମମତାର ଘର

      ବନ୍ଧନରେ ପରିବାର ।

ତବ ପାଶେ ସ୍ବର୍ଗ  ତବ ପାଶେ ପୁଣ୍ୟ

      ପିତା ଠାରେ ଚାରିଧାମ,

ପିତା ସେବା କଲେ ପାପ ଧୋଇଯିବ

     ମିଳିବ ଆହ୍ଲାଦ ର ମର୍ମ।

ନିତି ତୁମ କର    ଆମ୍ଭ ମୁଣ୍ଡ ଉପେ

      ରଖିବା ପାଇଁ ବିନତି,

ତବ ପାଦପଦ୍ମେ    କରୁଛି ପ୍ରଣାମ

      କବିତା କରି ସମାପ୍ତି ।  


Rate this content
Log in

Similar oriya poem from Inspirational