ବାପା
ବାପା
ଶକ୍ତ ପାହାଡ଼ ପରି, ଗଭୀର ସମୁଦ୍ର ସରି
ବିଶାଳ ଆକାଶ ପରି,ନରମ ଗୋଲାପ ସରି
ହୃଦୟେ ଅଫିଟା ଦ୍ୱାର,ସହନଶକ୍ତି ଧୌର୍ଯ୍ୟ ଅପାର
ଯୋଦ୍ଧା ସେ ବିନା ତରବାରୀ,ବାପାଙ୍କ ହୃଦୟ ସବୁରି
ବାପାଙ୍କ ହୃଦୟର ରେଣୁ,ଜୀବନେ ଯେତେ ଗଣୁ ଗଣୁ
ବୁଝିପାରେ ଅବା କିଏ, ଆଶୀର୍ବାଦ ମୁଦ୍ରାରେ ଯିଏ
ଆଗକୁ ବଢିବା ପଥ ଓ ପାଥେୟ ଭରା ଥାଏ
ଦହନ ମୁଦ ଲଫାପାରେ ଥାଏ, କେବେ ଖୋଲା ନହୁଏ
ସ୍ୱାର୍ଥ ତେଜି ସନ୍ତାନ ମୋହ ମଶାଣୀ ଯାଏଁ
ସନ୍ତାନ ସତରେ କଣ ବାପାଙ୍କ ହୃଦୟ ବୁଝିଥାଏ?
ବିରକ୍ତିରେ ଲୁଚିଥାଏ ଶାନ୍ତି, ବିଚାରରେ କମନୀୟ କାନ୍ତି
ଦଣ୍ଡଦାନରେ ଆଗକୁ ବଢିବାକୁ, ଜଗତ ଜିଣିବା ପ୍ରଶାନ୍ତି
ନଥାଏ ମିଛ ପ୍ରତିଶ୍ରୁତି,ବାପାଙ୍କ ହୃଦୟ କିଏ ବୁଝିବ କେମିତି !
ନିଜେ ପିଇ ନିଜ ଲୁହ, ହୃଦୟେ ଭରି ଅନେକ କୋହ
ସୁଅ ମୁଁହରେ ପତ୍ର ସାଜି, ପରିବାର ପାଇଁ ଭରା ଭରା ମୋହ
ଶିଖାନ୍ତି ହାତଧରି ଜଗତ ଜିଣିବାକୁ ନିଶ୍ଚୟ,ନକରି ସମୟ ଅପଚୟ
ବାପାଙ୍କ ହୃଦୟ ଭିତରେ,ଗଙ୍ଗା ଯମୁନା ଦୁଇଧାରେ
ଶତଦଳ କମଳ ମଲ୍ହାରେ, ବୁଝିଛି କିଏ ସେ ଅଦ୍ଵିତୀୟ ଆତ୍ମାରେ?
ନୈସର୍ଗିକ, ସ୍ବର୍ଗୀୟ ସତ୍ତା ବାପାଙ୍କ ହୃଦୟ ଭିତରେ,ଦେଖ ଥରେ
ବାର୍ଦ୍ଧକ୍ୟରେ ସାହା ହୋଇ ପିତୃଋଣ ଶୁଝିବାକୁ ବାଇମନ ବୁଝିଯାରେ
ସ୍ୱର୍ଗ ସୁଖ ଓଁ ପରଂବ୍ରହ୍ମ ବାପାଙ୍କ ହୃଦୟରେ,ସକଳ ତୀର୍ଥ ଚରଣରେ
ବାପା ସ୍ୱର୍ଗ ସମ ବିଶାଳ ସାଗର ପରି ଗଭୀର
ବାପା ଆକାଶ ପରି ନିର୍ମଳ ହେଲେ ବଜ୍ର ଗମ୍ଭୀର
ବାପାଙ୍କ ତୁଳନା କଳନା କରିବା ଅସମ୍ଭବ
ପିତା ସନ୍ତାନର ବଳିଷ୍ଠ ସମ୍ବେଦ ଗୁରୁ ଶିକ୍ଷକ
ଗଢି ତୋଳନ୍ତି ସାଗର ବକ୍ଷରେ ସନ୍ତାନ ପାଇଁ ଉଆସ
କର୍ତ୍ତବ୍ୟପରାୟଣ ଦାମ୍ଭିକ ସୁପୁରୁଷ ଜୀବନ ଡଙ୍ଗା ବାହାକ।
