STORYMIRROR

sushama Parija

Inspirational

3  

sushama Parija

Inspirational

ବାପା

ବାପା

2 mins
13.5K



ହିମାଳୟ ଠାରୁ ଉଚ୍ଚ, ପ୍ରଶାନ୍ତ ମହାସାଗର ଠାରୁ ଗଭୀର ,

ମନ ଯାହାର, ସିଏ ମୋ ବାପା ।।

ଆରାବଳୀ ଠାରୁ କଠିନ ମୁହଁ ଟି ଭିତରେ,

ସରସ୍ଵତୀ ର ସ୍ନେହସିକ୍ତ ଅଦୃଶ୍ୟମାନ ଜଳଧାରା ଟି ଏ,

ସଦାସର୍ବଦା ପ୍ରବାହିତ ହେଉଥାଏ ଯେଉଁ ମନରେ ,

ସିଏ ମୋ ବାପାଙ୍କର ମନ ।।

ପୃଥିବୀର ସବୁଠାରୁ ରାଗ ଲଙ୍କା ଠାରୁ ବି ରାଗୁଆ ,

ଭୟଙ୍କର ସେଇ ନାଲି ଆଖିଆ ଗାଳି ଭିତରେ,

ସ୍ନେହରେ ଉବୁଟୁବୁ ହେଉଥିବା କୋମଳ ହୃଦଯ ଟି ଯା'ର,

ମୋ ଲାଗି ବ୍ୟାକୁଳିତ ହେଉଥାଏ ,ସିଏ ମୋ ବାପା ।।

ନିଝୁମ୍ ରାତିରେ କାମ ରୁ ଫେରି ଯିଏ ନିଜ ଖାଇବା ଆଗରୁ,

ଚୁପ୍ ଚୁପ୍ ବୋଉ କୁ ମୋ ଖାଇବା କଥା ପଚାରି ବୁଝନ୍ତି,

ଭଲ ମନ୍ଦ ଜିନିଷ ଟିକେ ପିଲାଟାକୁ ଦେଇ ପାରୁନି,

କହି ମନସ୍ତାପ କରନ୍ତି, ସିଏ ମୋ ବାପା ।।

ହଜାରେ ଯାଦୁକରୀ ଭରି ରହି ଥାଏ ,

ଯାହା କାନ୍ଧରେ ପଡିଥିବା ନାଲି ଗାମୁଛାରେ ,

ମୋ ମନରେ ଭରିଦିଏ ଶତ ସିଂହ ର ବଳ ,

ଲଂଘି ଯିବାକୁ ସାତ ସମୁଦ୍ର ତେର ନଈ ,

ପାର ହୋଇ ଯିବା ପାଇଁ ଜୀବନର ଅଗ୍ନିପଥ ,

ଆଖି ଖୋଲିଲା ଠାରୁ ଆଖି ବୁଜିବା ଯାଏ

ସେଇ ନାଲି ଗାମୁଛା ଟି କହୁଥାଏ

ଆଗେଇ ଚାଲ୍ ମୋ ସୁନା ଝିଅ ।।

ତୁ ପରା ମୋର ସାତ ପୁଅରୁ ବଳି,ତୁ ମୋ ରାଣୀ ଶୁକ ଦେଇ

ଯିଏ ଡରି ନଥିଲା ହଜାର ହଜାର ଇଂରେଜ ଙ୍କ ପଲଟଣକୁ

ଖଣ୍ଡାଧରି ଓହ୍ଲାଇ ଆସି ଥିଲା ରଣକ୍ଷେତ୍ର କୁ

ରଖିବାକୁ ମା' ମାଟିର ମାନ , ହସିହସି ଦେଇଥିଲା ପ୍ରାଣ,

ସାକ୍ଷୀ ଅଛି ସେଇ ରଣନଦୀ, କରୁଛି ତା' ଜୟ ଗାନ

କରୁଥିବ ଥିବା ଯାଏ ସୂର୍ଯ୍ୟ ଚନ୍ଦ୍ର ଆକାଶ ରେ।।

ତୁ ଆଗେଇ ଚାଲ୍ ମାଆ , ସ୍ୱଦେହରେ ନହେଲେ ବି

ମୁଁ ସାଥୀରେ ଅଛି ତୋର ଛାଇ ଟିଏ ହୋଇ,

''ଚରୈବତି, ଚରୈବତି, '' '' ମା ଭୈ , ମା ଭୈ ''।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational