STORYMIRROR

Niranjan Sahu

Tragedy

4  

Niranjan Sahu

Tragedy

ବାପା ମାଆଙ୍କର କ'ଣ ଭୁଲ ଥିଲା

ବାପା ମାଆଙ୍କର କ'ଣ ଭୁଲ ଥିଲା

1 min
148

ଦଶମାସ ପେଟରେ ଧରିବା କଣ

ମାଆର ଭୁଲଥିଲା ?

ନିଜରକ୍ତ କୁ କ୍ଷିର ଆକାରରେ ଦେବା କଣ

ମାଆର ଭୁଲ ଥିଲା ?

ରାତି ଉଜାଗର ମାଆ ହେବା କଣ

ମାଆର ଭୁଲଥିଲା ?

ନିଜେ ନଖାଇ ମାଆ ଖୁଆଇବା କଣ

ମାଆର ଭୁଲଥିଲା ?

ଅଭାବ ପୂରଣ ବାପା କରିବାଟା କଣ

ବାପାର ଭୁଲଥିଲା ?

ଦିନରାତି ଖଟି ବାପା ପାଠ ପଢାଇବା କଣ

ବାପାର ଭୁଲଥିଲା ?

ଜୀବନଠୁ ବଡ ମାଆ ବାପା ଭାବିବା କଣ

ବାପା ମାଆ ଙ୍କର ଭୁଲଥିଲା ?

ବଡ ସହଜରେ ନିଜର ସନ୍ତାନ

ଏ ସବୁକୁ ଭୂଲି ଗଲା

ନିଜହାତେ ନେଇ ବୃଦ୍ଧାଶ୍ରମେ

ଛାଡି ଦେଇ ଚାଲି ଗଲା

ଫେସବୁକୁରେ ପୋଷ୍ଟ କରି

ପିତୃମାତୃ ଦିବସ ପାଳିଲା

ଯେଯାହା କରଇ ସେ ତାହା ଭୁଞ୍ଜଇ

ଗୀତାରେ ଲେଖା ହୋଇଛି

ତୁମେ ଯାହା କର କିଏ ନଦେଖିଲେ

ଉପର ବାଲା ଦେଖୁଛି

ତୁମର କର୍ମର ଫଳ

FIX DEPOSIT ହୋଇରହିଛି

ଦୁଇଗୁଣ ହୋଇ ନିଶ୍ଚୟ ଫେରିବ

ଯୁଗେ ଯୁଗେ ସତ ହୋଇଛି

ମନରଖିଲେ ଭଲ

ନହେଲେବୃଦ୍ଧକାଳେ ହେବ କଲବଲ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy