Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ବାପା-ମାଆ ଅଜା-ଆଈ

ବାପା-ମାଆ ଅଜା-ଆଈ

1 min
200


ପୁଅହେଉ କିବା ଝିଅହେଉ ସିଏ ବାପା-ମାଆଙ୍କର ସନ୍ତାନ,

ଅଜା-ଆଈ ଜେଜେ ଜେଜୀଙ୍କର ପାଇଁ ସନ୍ତାନ ନୁହେଁ ସେ ଜୀବନ ।


ବାପା-ମାଆଙ୍କର ଆକଟରେ ସିନା ଗଢା ହୋଇଥାଏ ଭବିଷ୍ୟ,

ବୁଢା-ବୁଢୀମାନେ ନାତି ନାତୁଣୀଙ୍କୁ ଦେଇଥା'ନ୍ତି ନିଜ ଆୟୁଷ ।


ବାପା-ମାଆ ବୁଦ୍ଧି ବିବେକ ବଳରେ ଶିଶୁ ହୋଇଥାଏ ଶିକ୍ଷିତ,

ବୁଢା-ବୁଢୀଙ୍କର ଅନୁଭୂତି ବଳେ ସ୍ଵଧର୍ମରେ ହୁଏ ଦୀକ୍ଷିତ ।


ବାପା-ମାଆ ପାଶେ ଛୁଆଙ୍କ ଜିଗର ବୁଢା-ବୁଢୀ ପାଶେ ଅର୍ଦ୍ଦଳୀ, 

ବାପା-ମାଆ ତାଙ୍କୁ ମାଡ଼ଦେବେ ସିନା ବୁଢା-ବୁଢୀ ଦେବେ ସାଉଁଳି ।


ଭଲଚିଜ ଟିକେ ଘରକୁ ଆସିଲେ ସଭିଏଁ ମିଶିକି ଖାଆନ୍ତି,

ବୁଢା-ବୁଢୀ ନିଜଭାଗରୁ ଟିକିଏ ନାତି-ନାତୁଣୀଙ୍କୁ ଦିଅନ୍ତି ।


ବାପା-ମାଆ ଗାଳି ଦାଣ୍ଡଧୂଳି ସିନା ଆଈ ଗାଳି ଉଡ଼ା ପବନ,

ବାପା-ମାଆ କଥା କଡ଼ା ଲାଗିପାରେ ଜେଜୀ-ଆଈ କଥା ଚନ୍ଦନ । 


#ସିଧାକଥା 


Rate this content
Log in

Similar oriya poem from Classics