STORYMIRROR

Keshab Chandra Dash

Classics Fantasy Inspirational

4  

Keshab Chandra Dash

Classics Fantasy Inspirational

ବାଣୀ ଓ ପାଣି

ବାଣୀ ଓ ପାଣି

1 min
332

ବାଣୀ ଏବଂ ପାଣି ଗୋଟିଏ ଦୃଷ୍ଟିରୁ
ଉଭୟେ ତୁଳନାରେ ଯେ ସମାନ,
ଦୁଇଟିକୁ ଅନାଇଲେ ମନୁଷ୍ୟର ଛବି ଦିଶିଥାଏ ଏହି କଥାକୁ ସର୍ବେ ଜାଣ।

ପାଣି ସ୍ୱଚ୍ଛ ନିର୍ମଳ ଥିବ ଯେବେ
ନିଜ ଛବି ଦେଖିବ ପରିଷ୍କାର,
ମଇଳା ପାଣିରେ ଯେତେ ମୁହଁକୁ ଦେଖିଲେ କେବେ ପଡ଼ିବ କି ତାହା ନଜର ।

ନିଜର ବାଣୀ ଯେବେ ମଧୁର ଟି ହେବ
ତହିଁରେ ନିଜ ଚରିତ୍ର ଦିଶିବ,
ମଧୁର ବାଣୀ ହିଁ ହେଉଛି ମନୁଷ୍ୟର ଛବି ଯହିଁରେ ତାହାର ଗୁଣ ଚରିତ୍ର ଜଣାଯିବ।

ନିଜ ସୁନ୍ଦରତା ଦର୍ପଣରେ ନୁହେଁ
ନିଜ ମୁଖ ବଚନରୁ ଯେ ମିଳିବ
ବଚନର ଥିବ ଯେବେ କର୍କଶତା
ନିଜ ଚରିତ୍ରରେ ଦାଗ ସବୁଦିନ ପାଇଁ ଲାଗିଯିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics