STORYMIRROR

subrat kumar jena

Romance

3  

subrat kumar jena

Romance

ବାନ୍ଧି ଦିଅ କିଛି ମୂହର୍ତ୍ତ

ବାନ୍ଧି ଦିଅ କିଛି ମୂହର୍ତ୍ତ

1 min
171

ବାନ୍ଧିଦିଅ ମୁହୂର୍ତ୍ତକୁ ,

ବାନ୍ଧିଦିଅ ମୂହର୍ତକୁ ତୁମ ଆଖି ପଲକରେ,

ମୁଁ ଲମ୍ଫ ଦେବି ତୁମ ସେଇ ନୀଳ ସାଗରକୁ,

ହଜିବି ଆଗ ଖୋଜିବି ପରେ,

ଫୁଲ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁକୁ,

ଫୁଲ ଲାଗି ପାଗଳ ହେଉଥିବା,

ପାଗଳ ଭଅଁର ର ପାଗଳାମିର କାରଣକୁ,

ଆକାଶରେ ଭାସି ବୁଲୁଥିବା,

ସେଇ ଖଣ୍ଡ ଖଣ୍ଡ ଧଳା ମେଘର ଠିକଣାକୁ,

ଅଦିନରେ ହଜିଯାଉଥିବା,

କୋଇଲିର ମନଲୋଭା କୋକିଳ ସ୍ୱରକୁ,

କିଛି ସମୟ ଚେଷ୍ଟା କରି ବାନ୍ଧି ଦିଅ ସମୟକୁ,

ନହେଲେ ତୁମେବି ଝୁରିବ ଆଉ ମୁଁ ବି !

ସମାୟଟା ଭାରି ଫୁଲେଇ,

ଫୁରକିନା ଉଡିଯାଏ ଆଖି ପଲକ ପକାଉ ପକାଉ,

ଅଦିନରେ ବି କେବେ କେବେ ଆସି ଭିଜାଏ,

ଆଖିର ଲୋତକରେ ଅବା ସ୍ମୃତିର ଗଭୀର ସାଗରରେ,

ଜମାରୁ ବିରତି ଦିଏନି କି ନିଏନି,

ପୁରା ପ୍ରସ୍ତୁତ ହୋଇ ଆସିଥାଏ ପ୍ରସ୍ତୁତି ହେବାକୁ ସମୟ ନେଦେବାକୁ,

ଦେଖ ଚେଷ୍ଟା ତ ଥରେ କରିଦେଖ !

ମୁଁ ହଜିଯିବାକୁ ଚାହେଁ ସେଇ ,

ହଜିଲା ପୁରୁଣା ସୁନେଲି ସ୍ୱପ୍ନରେ ତୋରି ବାହୁରେ,

କେତେ କାଳ ଲମ୍ବିବ ମୋ ପ୍ରତିକ୍ଷାର ଅବଧି,

ନାଁ ଶାନ୍ତି ମିଳେନି ଏ ଅଶାନ୍ତିର ସହରରେ,

ଲାଗେ ମୁଁ କଣ ଅଦିନେ ଝଡିପଡିବି ଏମିତି ଶୁଖିଲାରେ,

ଅନ୍ତତଃ ମୋ ଲାଗି ତୋତେ କିଛି କରିବାକୁ ପଡିବ,

ମୋ ଲାଗି ଆଉଥରେ ତୋ ପାଦରେ ବାନ୍ଧିଦେ ନୂପୁର,

ମୁଁ ତୋଳି ଧରିବି ମେଘ ମଲ୍ହାରର ସ୍ୱର,

ବାଧ୍ୟ କରିଦେବି ସେ ଅମାନିଆଁ ମେଘକୁ,

ଆସି ବର୍ଷିବାକୁ ମୋ ଅଗଣାରେ,

ତୃପ୍ତ କରିବାକୁ ଅନେକ ଦିନର ମୋ ଜଳୁଥିବା ମନ ତଳ ନିଆଁକୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance