STORYMIRROR

Pratima Satpathy

Children

3  

Pratima Satpathy

Children

ବାଳକ ନଚିକେତା

ବାଳକ ନଚିକେତା

1 min
242


ବାଜସ୍ରବା ଋଷି ପୁତ୍ରର ନାମକୁ

    ଦେଇଥିଲେ ନଚିକେତା

ସୁନ୍ଦର ସୁଶୀଳ ଚେହେରା ତାହାର

    ମନ ସଦା ପ୍ରସନ୍ନତା।

 ବିଶ୍ୱଜିତ୍ ଯଜ୍ଞ କରୁଥିଲେ ୠଷି 

     ଦେଉଥିଲେ ଧେନୁ ଦାନ 

ଧେନୁ ମାନେ କିନ୍ତୁ ନ ଥିଲେ ଯେ ସୁସ୍ଥ

    ଦେଖା ଯାଉଥିଲେ ରୁଗ୍ଣ।

ଏହା ଦେଖିକରି ନଚିକେତା ଭାବେ

    ଦାନ ହେବ ଅକାରଣ

ବିନୟରେ ଯାଇଁ ବାପାଙ୍କୁକହିଲା

   ମୋତେ ଦେଇଦିଅ ଦାନ।

ଥରେ ଦୁଇଥର କହିଦେଲା ପରେ

    ରାଗରେ ୠଷି କହିଲେ

ତତେ ମୁଁ ଯମକୁ ଦାନ ଦେଇଦେଲି

    ଏବେ ତୁ ରହ ଚୁପ୍ ରେ।

ପିତାଙ୍କର ବାକ୍ୟ ଶୁଣି ନଚିକେତା

    ବାହାରିଲା ଯିବା ପାଇଁ

ଦେଖି ଋଷିଙ୍କର ହଜିଗଲା ବୁଦ୍ଧି

    କି କହିଲି ରାଗେ ମୁହିଁ।

କହିଲେ ବାବୁରେ ରହିଯାଆ ଘରେ

    ରାଗରେ କହିଛି ମୁହିଁ

ନଚିକେତା କହେ ଦାନ ଦେବା ଧନ 

     ପାଖରେ ରଖନ୍ତି ନାହିଁ।

ପିତାଙ୍କର କଥା ନଶୁଣି ବାଳକ

    ପହଞ୍ଚିଲା ଜମପୁରେ

ଦେଖିଲା ସେଠାରେ ଦ୍ଵାର ବନ୍ଦ ଅଛି

    ରହିଲା ସେହି ଦୁଆରେ।

ତିନିଦିନ ପରେ ଦୁଆର ଖୋଲିଲା

    ଦେଖିଲେ ଜମ ରାଜନ

ଅଖିଆ ଅପିଆ ବାଳକ ଗୋଟିଏ

    ବସି କରୁଅଛି ଧ୍ୟାନ।

କହିଲେ ବାବୁରେ କିଏ ଅଟୁ ତୁହି

     ଏଠି ବସିଛୁ କିମ୍ପାଇଁ 

ଯାଆ ତୁ ଘରକୁ ଖୋଜୁ ଥିବେ ତୋତେ

     ପିତା ମାତା ବ୍ୟସ୍ତ ହୋଇ।

ନଚିକେତା କହେ ମୋର ବାପା ମୋତେ 

     ଦାନ କରିଲେ ଜମଙ୍କୁ

ସେଥିପାଇଁ ମୁହିଁ ଆସିଛି ଏଠାରେ

    ସବୁଦିନେ ରହିବାକୁ।

ଯମ କହିଲେ ତୁ ଛୋଟ ପିଲାଟିଏ

    ଭଲ ମନ୍ଦ ଜାଣିନାହୁଁ

 ମଲା ପରେ ଜମପୁର ଆସିଥାନ୍ତି 

    କିପରି ଏପରି କହୁ।

ଦେଉଛି ତୋତେ ମୁଁ ତିନିଗୋଟି ବର

    ଫେରିଯାଅ ମର୍ତ୍ତ୍ୟପୁର

ନଚିକେତା କହେ ପିତା ମାତା ମୋତେ

      କରିବେ ପୁଣି ଆଦର।

ଦେବେ ଯେବେ ବର ଦିଅ ଆତ୍ମଜ୍ଞାନ

    ଜୀବନ ହେବ ମୋ ଧନ୍ୟ

ଯମ ରାଜା ଭାବନ୍ତି ଏ ବାଳକ ଟି 

    ହେବ ନିଶ୍ଚୟ ମହାନ୍।

ତଥାସ୍ତୁ ବୋଲିଣ କହିଲେ ଶମନ

   ନଚିକେତା ଖୁସି ହେଲା

ତୃତୀୟ ବରଟି ଅମର ବର ଯେ

    ପାଇ ସ୍ୱର୍ଗରୁ ଫେରିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children