ବାଲ୍କୋନୀ
ବାଲ୍କୋନୀ
ଚଷମା ଫାଙ୍କରେ ମାପୁଛି
ମୋ'ଠାରୁ ତୁମ ଆକାଶର ଦୂରତ୍ୱ
ଆରେ ସେଇଠି ତ
ଜୀବନ ଟା ଉଠ ବସ୍ ହେଉଛି
ମୋ ପୃଥିବୀରେ କିନ୍ତୁ
ଗୋଟେ ଋତୁ
ମୂର୍କି ମୂର୍କି ହସୁଛି।
କଣ ଭାବୁଛ ?
ମୁଁ ମେଘ ସେପାରି ସଵାରୀ ଭିତରେ
କଣ ଆଙ୍କୁଛି?
ଜୀବନର ଛାଇ ଛବି
ଯାହା ତୁମ ତୁଳୀରେ
ଆଦୌ ଆଙ୍କି ହେବନି।
ମୋଡି ମକଚି
ତୁମେ ସେଇ ଦରଜା ପାଖେ ରହିଗଲ
ମୁଁ କିନ୍ତୁ ଭିତରେ ଯାଇ
ତୁମ ମାଟି ପରେ
ନିଜ ଛାଇ ଛାଡି ଦେଲି।
ଏବେ ଆଉ କଣ
ତୁମେ ଗଜଲ ଗାଇବ
ବର୍ଷା ଓହ୍ଲେଇ ଆସିବ
ନିଆଁ ଲାଗିବ ପାଣିରେ
ତୁମେ ହୁଁ ହୁଁ ଲା ଲା
କରୁଥିବ
ଛାଟୁଥିବ ପାଣି
ମୁଁଣ୍ଡରୁ
ମୁଁ ଟିକେ ହସିଦେବି
ଖୁସି ପାହାଡ଼ ଚାପି ଦେବ ମୋତେ
ଦେଖି ତୁମ ଅପରୂପ ମାଧୁର୍ଯ୍ୟ
ମୋ ବାଲ୍କୋନୀରୁ ।
ଯଦିଓ ଜାଣିନି ମୋ ବାଲ୍କୋନୀରୁ ତୁମ
ବାଲ୍କୋନୀ କେତେ ଦୂର।

