Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Abstract Inspirational

4.5  

Gobinda Chandra Sethi

Abstract Inspirational

ବାଲିଯାତ୍ରା

ବାଲିଯାତ୍ରା

1 min
255


କଳିଙ୍ଗ ଦେଶର ସାଧବ ବଣିକ

କରୁଥିଲେ ବ୍ୟବସାୟ

ଦରିଆ ପାରିରେ ବୋଇତେ ଯାଇଛି

ନ ଥିଲା ମନରେ ଭୟ ।

ଆଣୁଥିଲେ କେତେ ମୋତି ଓ ମାଣିକ

ବୋଇତେ ତାହାକୁ ଧରି

କଳିଙ୍ଗ ଦେଶର କାରୁକାର୍ଯ୍ୟ ସବୁ

ଦେଇଛି ବୋଇତ ଭରି ।

ଆଷାଢ଼ କାର୍ତ୍ତିକ ଓ ମାଘ ବୈଶାଖ

ମାସ ଆ କା ମା ବୈ ଚାରି

କଳିଙ୍ଗ ସାଗରେ ବୋହିଛି ବୋଇତ

ଥିଲା ଆଶା ଅସୁମାରୀ ।

ବାଲି ଆଉ ଜାଭା ବର୍ଣ୍ଣିଓ ସୁମାତ୍ରା

ଶ୍ରୀଲଙ୍କା ଓ କାମ୍ବୋଡ଼ିଆ

ତଟ ଦେଶ ପୁଣି ତା ସହିତ ଅଛି 

ଥାଇଲାଣ୍ଡ ମାଲେସିଆ ।

ନଡ଼ିଆ ଚାଉଳ ମାଟି ବରତନ

ସଙ୍ଗେ ଗଜଦନ୍ତ ଧରି

ଚନ୍ଦନ କସ୍ତୁରୀ ସଙ୍ଗରେ ନେଇଛି

ବାଲିଯାତ୍ରା ସିଏ କରି ।

ଉତ୍ତର ପୂରବ ମୌସୁମୀ ପବନେ

ଛାଡ଼ିଛି କଳିଙ୍ଗ ଦେଶ

ଦକ୍ଷିଣ ପଶ୍ଚିମ ମୌସୁମୀ ଫେରିଲେ

ଆସଇ ହୋଇ ଉଲ୍ଲାସ ।

କର୍ପୁର ଉଡ଼ିଛି କନା ପଡ଼ିଅଛି

ସ୍ମୃତି କରୁଛି ଗର୍ଜନ

ଅତୀତ ସ୍ମୃତିକୁ ବଜାଇ ରଖିଛି

ବାଲି ଯାତ୍ରାରେ ସେ ଚି଼ହ୍ନ ।

ହଜାର ବର୍ଷର ଅତୀତ କାହାଣୀ 

ପାଳୁଛି ଆଜି ଓଡ଼ିଆ

ଜୟ ଗାନ ଆଜି ତାଙ୍କରି କରୁଛି

ସାଧବ ଥିଲେ ବଢିଆ ।

ମହାନଦୀ ଘାଟ ଗଡ଼ ଗଡିଆରେ

ଭସାଇ କାଗଜ ଡ଼ଙ୍ଗା

କାର୍ତ୍ତିକ ପୂର୍ଣ୍ଣିମେ ଦିଏ ଶ୍ରଦ୍ଧାଞ୍ଜଳୀ

ବାଲିଯାତ୍ରା ରଙ୍ଗାଚଙ୍ଗା ।

ଧନ୍ୟ ଆମ ଦେଶ ପ୍ରାଚୀନ ନାବିକ

ବାଲି ଦେଶେ କରି ଯାତ୍ରା

ମହାନଦୀ ପିଠେ ଚାଲୁଛି ବାଣିଜ

ଧରି ନାମ ବାଲିଯାତ୍ରା



Rate this content
Log in

Similar oriya poem from Abstract