STORYMIRROR

Kalandi pal

Inspirational

4  

Kalandi pal

Inspirational

ବାଇଶି ପାହାଚ ଡେଇଁ

ବାଇଶି ପାହାଚ ଡେଇଁ

1 min
8


ବାଇଶି ପାହାଚ ଡେଇଁ ଆସେ ମୋ ଜଗା ଗୋସେଇଁ

କେତେ ରଙ୍ଗ ରସେ ରସି ଟାହ୍ୟା ହଲେଇ

ସଙ୍ଗତେ ଭଉଣୀ ଭାଇ ଲକ୍ଷ୍ମୀ କଥା ମନେ ନାହିଁ

ପାଗଳ କଲାକି ସତେ ଜନମ ଭୂଇଁ

    ମାଉସୀ ମା ଡାକରା ପାଇ

    ପୋଡପିଠା କଲା କି ବାଇ

ରୋଗ ଶେଜୁ ଉଠି ସିଏ ଆସିଛି ଧାଇଁ ।।


ବଡ଼ଦାଣ୍ଡେ ସଜ ରଥ ବୁଲିଯିବେ ଜଗନ୍ନାଥ

ଚାହିଁଛନ୍ତି ଚାରି ରଥି ଟାଣିବା ପାଇଁ

ନାମ ଶଙ୍ଖ ବଳାହକ ପୁଣି ଶ୍ଵେତ ହରିଦାଶ୍ୱ

ଦାରୁକ ନାମେ ସାରଥୀ ରହିଛି ଚାହିଁ

   ବସିଛନ୍ତି ଯୋଡେ ଶୁଆ 

   ହୋନ୍ତି ଭାବ ଦିଆ ନିଆ

ଜୀବ ପରମ ନାମରେ ରଥରେ ରହି ।।


ଭାଇ ଭଉଣକୁ ଆଗେ ତଡ଼ି ଦିଏ ବେଗେ ବେଗେ

ପଛରେ ଆସୁଛି ଜଗା ନାଟ ଲଗେଇ

କଣେଇଁ କଣେଇଁ ଚାହିଁ ରାଧା ମାଇଁ ଦିଶୁ ନାହିଁ

କୁଞ୍ଜବନ ରାସ କିବା ମନେ ପଡ଼ଇ

  ଷୋଳ ଚକେ ଗଡେ ରଥ

   ନାଲି  ହଳଦିଆ ପାଟ

ପତିତପାବନ ଧ୍ଵଜା ତହିଁ ଉଡ଼ଇ ।।



Rate this content
Log in

Similar oriya poem from Inspirational