ବାଇଶି ମସିହା
ବାଇଶି ମସିହା
ବାଇଶି ମସିହା ଆସିଗଲା ଏଥର
ବାଇଶି ପାହାଚରେ ଗଲେ ଦିଶନ୍ତି କଳା ଠାକୁର ।
ବାଇଶି ପାହାଚରେ ଚଢିଲେ ମିଳିବ ମୁକତି
ବାଇଶି ମସିହା ଭରିଦେଉ ସଭିଙ୍କ ମନେ ଶକତି ।
ଭକ୍ତ ସାଥେ ମିଶିବାକୁ ବାଇଶି ପାହାଚ ତଳ କୁ ଆସନ୍ତି ଠାକୁର
ବାଇଶି ମସିହା ରେ ଉନ୍ନତି କରୁ ଏ ସାରା ସଂସାର ।
ବାଇଶି ପାହାଚ ରେ ଶ୍ରାଦ୍ଧ କଲେ ପିତୃ ପୁରୁଷ ପାଆନ୍ତି ମୁକ୍ତି
ବାଇଶି ମସିହା ସବୁ ଜୀବନ ରେ ଭରି ଦେଉ ଅମୁଲ୍ୟ ଶାନ୍ତି ।
ବାଇଶି ପାହାଚ ରେ ଗଲେ ପ୍ରଭୁ ଙ୍କ ମିଳେ ଦର୍ଶନ
ବାଇଶି ମସିହା ପୁର୍ଣ କରୁ ସବୁ ଆଶା ଆଉ ସ୍ୱପ୍ନ ।
ବାଇଶି ପାହାଚରେ ପାଦ ପକାଇଲେ ଯାଏ ସବୁ ପାପ
ବାଇଶି ମସିହା ରେ କରିବା ଈଶ୍ୱର ଙ୍କ ନାମ ଜପ ।
ବାଇଶି ପାହାଚ ରେ ଗଡି ଗଲେ ଯାଏ ସବୁ ଦୁଃଖ
ବାଇଶି ମସିହା ସଭିଙ୍କ ଜୀବନ ରେ ଆଣୁ ଅସୀମ ସୁଖ ।