STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ବାଇକ୍ ‌ଓ ସ୍କୁଟି ପ୍ରେମ

ବାଇକ୍ ‌ଓ ସ୍କୁଟି ପ୍ରେମ

2 mins
174

ଭୁବନେଶ୍ୱରର ଏକାମ୍ର କାନନ

  ଫ୍ରଣ୍ଟ୍ ଗେଟ୍ ସାମ୍‌ନାରେ 

ବାଇକ୍ ଓ ସ୍କୁଟି ନିରୋଳାରେ ରହି

  ପ୍ରେମାଳାପ କରୁଥିଲେ।


ବାଇକ୍ କହୁଛି ହାଏ ମୋ ଡାର୍ଲିଂ

  ପ୍ରତ୍ୟହ ତୁମକୁ ଦେଖେ  

ମନ କଥା ଖୋଲି କହୁଛି ତୁମକୁ

  ଭଲ ପାଉଛି ମୁଁ କେତେ? 


ସୁନ୍ଦରୀ ସ୍କୁଟିଟା ଷ୍ଟାଇଲ୍ ବାଇକ୍

  ମୁହଁରୁ ଶୁଣି ଏ କଥା 

ଅଧା ସ୍ମାଇଲରେ ଝାଉଁଳି ପଡ଼ିଲା

  ଯେହ୍ନେ ଲାଜକୁଳୀ ଲତା।


ଲାଜୁଆ ହସରେ କହିଦେଲା ସ୍କୁଟି

   ଆଇ ଲଭ୍ ୟୁ ଠୁ 

ଅପେକ୍ଷା ମୁଁ କରିଥିଲି ଏହିକଥା

  ଶୁଣିବାକୁ ତୁମ ଓଠୁଁ।


ପ୍ରେମ ସିନା ମାତ୍ର ଅଢେଇ ଅକ୍ଷର

  କଥା ତ ଅନେକ କୁହେ 

ଯୁଗେ ଯୁଗେ ଏହା ଦୁଃସ୍ଥ ସମାଜକୁ

  ବହୁ ଶିକ୍ଷା ଦେଉଥାଏ।


ଏ ପ୍ରେମୀ ଯୁଗଳ ଆମକୁ ପ୍ରତ୍ୟହ

  ବ୍ୟବହାର କରୁଥାନ୍ତି 

ପ୍ରେମଟି ଶାଶ୍ୱତ ଚିରନ୍ତନ ବୋଲି

  କେବେ ସେ ଭାବୁନାହାନ୍ତି।


ହଜାରେ ଯୁବକ ଯୁବତୀ ଏକାମ୍ର-

  ପାର୍କ ନିତି ଆସୁଥାନ୍ତି 

ଅଶ୍ଳୀଳ ଇଙ୍ଗୀତେ ପରସ୍ପର ଏଠି

  ରୋମାନ୍ସମାନ କରନ୍ତି।


ଦୂର ଦୂରାନ୍ତରୁ ପାଠ ପଢ଼ିବାକୁ

   ଆସିଥାନ୍ତି ରାଜଧାନୀ 

ବାପା ମାଆଙ୍କର ଆଶା ଭରସାକୁ

   ଥରେ ଚିନ୍ତା କରନ୍ତିନି।


ବାପା ଜାଣିବାକୁ ପୁଅ ମୋର ବଡ଼

   କଲେଜରେ ପଢୁଅଛି 

କେଉଁ ବାପାମାଆ ଝିଅଟିକୁ ପୁଣି

   ରାଜଧାନୀରେ ପଢାନ୍ତି।


ପାଠ ସିନା ଥାଏ ପାଠବାଟେ କିନ୍ତୁ

   ପୁଅ ଝିଅ ନଷ୍ଟ ଆଜି 

ପାର୍କ ଆସୁ ଆସୁ କାମନା ନିଶାରେ

   ପରସ୍ପର ଯାନ୍ତି ହଜି।


ଏଇ କ'ଣ ପ୍ରେମ ଅର୍ଧନଗ୍ନ ଦେହ

   ନେଇ ସହରେ ବୁଲିବା 

ଏଇ କ'ଣ ପ୍ରେମ ପାର୍କରେ ବସି

   କିସ୍ ଦିଆନିଆ ହେବା?


ଏଇ କ'ଣ ପ୍ରେମ ବିବାହ ପୂର୍ବରୁ

   ଚରିତ୍ର ନଷ୍ଟ କରିବା 

ନା ଏଇ କ'ଣ ପ୍ରେମ ବାପାମାଆଙ୍କର

   ଆଶାରେ ଧୂଳି ଛାଟିବା।


ନାହିଁ ପ୍ରତିରୋଧ ନାହିଁ କଟକଣା

   ଟିକେଟ ପଚାଶ ସିନା 

ଇଜ୍ଜତ ନିଲାମ ହାଟ ଏହି ପାର୍କ

   ପ୍ରେମ ଏଠି ବିକାକିଣା।


ପାର୍କ ହୋଇଥିଲା ମନୋରଞ୍ଜନ କି

   ସହର ସୌନ୍ଦର୍ଯ୍ୟ ପାଇଁ 

ଆଜି ଏ ପାଆର୍କ ଫାମିଲି ପାଇଁକି

   ଯେମନ୍ତେ ଲୋଡ଼ା ନୁହଁଁଇ।


ସୁନ୍ଦର ଶିକ୍ଷିତ ଯୁବକ ଯୁବତୀ

   ଏହି କୁତ୍ସିତ ପ୍ରେମରେ 

ଶୀକାର ହୁଅନ୍ତି ନିତି ଏହିଠାରେ

   ସମାପ୍ତ ଆତ୍ମହତ୍ୟାରେ।


ପ୍ରେମ କରିବାକୁ ମନା ନାହିଁ ପ୍ରେମ

   ସେହିଭଳି କଲେ ଭଲ 

ହୃଦୟ ସହିତ ହୃଦୟଟି ମିଶୁ

   ଚରିତ୍ର ରହୁ ନିର୍ମଳ।


ପ୍ରେମ ବିନା ଏଠି ଦୁନିଆଁ ଅଧୁରା

   ସବୁକିଛି ପ୍ରେମମୟ 

ବାତ୍ସଲ୍ୟ ପ୍ରେମଠୁଁ ସମ୍ପର୍କର ପ୍ରେମ

   ପ୍ରେମ ଏଠି ନିରାମୟ।


କୃଷ୍ଣ କଲେ ପ୍ରେମ ବ୍ରଜବାଳୀ ସଙ୍ଗେ

   ସେଥିଲା ଚିର ଶାଶ୍ୱତ 

ଆଜିକାର କୃଷ୍ଣ ଲୀଳା କରୁଛନ୍ତି 

   ଧରି ପ୍ରେମିକା ବହୁତ।


ସ୍କୁଟିର କଥାକୁ ବାଇକ୍‌ଟି ଶୁଣି

   ବଢେଇ ଦେଲା ତା' ହାତ 

ମୋ ସୁନା ଭ‌ଉଣୀ ବାନ୍ଧି ଦେ ତୁ ରାକ୍ଷୀ

   ଅଭାଗା ଭାଇଟି ମୁଁ ତ।


ସ୍କୁଟି ବାନ୍ଧିଦେଲା ବାଇକ୍‌କୁ ରାକ୍ଷୀ

   ନିଜ ଓନି ଚିରିଦେଇ 

ଏ ଦୃଶ୍ୟକୁ ଦେଖି ଅପର୍ତ୍ତି ଆଖିରୁ

   ଆନନ୍ଦେ ଅଶ୍ରୁ ଗଡ‌ଇ।



Rate this content
Log in

Similar oriya poem from Comedy