STORYMIRROR

Pranati Panda

Inspirational Children

4  

Pranati Panda

Inspirational Children

ବାଇ ଚଢ଼େଇ

ବାଇ ଚଢ଼େଇ

1 min
330


     

ମୁକ୍ତ ଆକାଶରେ ପକ୍ଷୀଟିଏ ମୁହିଁ

ନାମ ମୋ ବାଇ ଚଢ଼େଇ ,

ଗଛର ଡାଳରେ ବସା କରିଥାଏ 

କାଠି କୁଟାକୁ ଗୋଟେଇ।


ଛୋଟିଆ ଗୋଲେଇ ଗାତଟିଏ ଥାଏ

ବିପରୀତ ଦିଗେ ଦ୍ଵାର,

ଏମିତିକା ଘରେ ନଥାଏ ମୋହର 

ଝଡ଼ ବତାସକୁ ଡ଼ର।


ବାଆ ବତାସରେ ଝୁଲୁଥାଏ ଘର

ହୁଏନାହିଁ ମୋର କ୍ଷତି,

ନିଖୁଣ କଳାର ତିଆରି ମୋ ଘର

ରହେନାହିଁ ମୋର ଭୀତି ।


ତୋଫାନ ପବନେ କୋଠା ଭାଙ୍ଗିଯାଏ

ଭାଙ୍ଗେନାହିଁ ମୋର ବସା ,

ଦୋଳି ଖେଳୁଥାଏ ଆନନ୍ଦ ମନରେ

ପ୍ରଭୁଙ୍କୁ ରଖି ଭରସା ।


ପତରର ଅଗ୍ର ଭାଗରେ ମୋ ବସା

ଧୀରେ ଧୀରେ ଝୁଲୁଥାଏ ,

ଯନ୍ତ୍ରୀ ପରି ମୁହିଁ ବୁଦ୍ଧି କୌଶଳରେ

ଗଛେ ବସା ବାନ୍ଧିଥାଏ।


ମୋ ଘର ପ୍ରବେଶ ଦୁଆରକୁ ଦେଖି

କରନ୍ତି ସର୍ବେ ପ୍ରୟାସ ,

ସହଜ ମୋ, ଯିବା ଆସିବାକୁ ଦେଖି

 ଆଶ୍ଚର୍ଯ୍ୟ ହୁଏ ମଣିଷ।


ଯେତେ ଆସୁ ଝଡ଼ ଝଞ୍ଜା ଓ ବତାସ

ମୋ ଘରଟି ଝୁଲୁଥାଏ ,

ସେ ଘର ଭିତରେ ମୋ ଶିଶୁ ଶାବକ

ସୁରକ୍ଷିତ ରହିଥାଏ।


ମୋ'ଠାରୁ ମଣିଷ ଘର କରିବାର

କୌଶଳକୁ ଆପଣେଇ,

କଲା ଚାଳଘର ପୁଣି କୋଠାଘର 

ମୋ'ଠାରୁ ପ୍ରେରଣା ପାଇ।


ମୁଁ, ତ ଛୋଟ ପକ୍ଷୀ ଧରମକୁ ସାକ୍ଷୀ

ମୋ ପରି କାମିକା କାହିଁ,?

ନିଜ ପୁରେ ଥାଏ ଡ଼ର ମୋ ନଥାଏ 

ମୋର ପରିଶ୍ରମ ପାଇଁ ।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational