STORYMIRROR

Sunanda B Mohapatra

Abstract

2  

Sunanda B Mohapatra

Abstract

ବାହୁଡାବେଳ

ବାହୁଡାବେଳ

1 min
12.9K


ଆମେ ଦୁହେଁ ଦେଖା ଚାହାଁ ବେଳେ,

ଲୋକେ କହିଲେ,

ଏଇ ଦେଖ ଏମାନେ ବୋଧେ

ମଞ୍ଜି ପୋତିଲେଣି !

ଆମେ ଦୁହେଁ କଥାବାର୍ତ୍ତା

ବେଳେ କହିଲେ,

ହେଇ ଦେଖମ, ଚାରା ଉଠିଲାଣି !

କ'ଣ ହେବ କେଜାଣି ?

ଏବେ ଦେଖ, ସେ ଗଛରେ

ଫୁଲ ଫୁଟି, ଫଳ ଧରି

ପାଚିବାକୁ ଆରମ୍ଭ କଲାଣି !

କହୁଥିବା ଲୋକେ କିନ୍ତୁ

କିଏ କାହିଁ ବାହୁଡ଼ି ଗଲେଣି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract