ବାହୁଡା ୨
ବାହୁଡା ୨
ଲକ୍ଷ୍ମୀ ସାଆନ୍ତାଣୀ ବଡ ଅଭିମାନୀ
ହେଉଛନ୍ତି ରାଉ ରାଉ
ପାରିବକି ସହି ଆହେ ଭାବଗ୍ରାହୀ
ସାଗର ତନୟା ଦାଉ ॥୧॥
ତୁଳସୀ ମାଳିଆ ଦୟଣା ଚୁଳିଆ
ଯାତ ସେତିକି ଥାଉ
ଉଛୁର ହୋଇଲେ ସାଆନ୍ତାଣୀ ପୁଣି
ଛଡାଇ ଦେବେ ତୋ ଭାଉ॥୨॥
ମାଉସୀ ମାଆର ପୋଡପିଠା ପାଇଁ
ମନ ବଳାନାରେ ଆଉ
ରୋଷ ଘରୁ ତୋର ଧୂଆଁ ଉଠୁ ପୁଣି
ଅବଢା ଚହଟି ଯାଉ ॥୩॥
ଶ୍ରୀମନ୍ଦିରେ ଆସି ସିଂହାସନେ ବସି
ଦିଶ ପ୍ରଭୁ ଦାଉ ଦାଉ
ଜନମ ବେଦୀରୁ ଲୀଳା,ଖେଳା ସାରି
ମନ୍ଦିର ବାହୁଡା ହେଉ ॥୪॥