STORYMIRROR

Anirudha Kund

Classics

3  

Anirudha Kund

Classics

ବାହୁଡା ୨

ବାହୁଡା ୨

1 min
36


ଲକ୍ଷ୍ମୀ ସାଆନ୍ତାଣୀ ବଡ ଅଭିମାନୀ 

   ହେଉଛନ୍ତି ରାଉ ରାଉ

ପାରିବକି ସହି ଆହେ ଭାବଗ୍ରାହୀ 

  ସାଗର ତନୟା ଦାଉ ॥୧॥


ତୁଳସୀ ମାଳିଆ ଦୟଣା ଚୁଳିଆ 

    ଯାତ ସେତିକି ଥାଉ

ଉଛୁର ହୋଇଲେ ସାଆନ୍ତାଣୀ ପୁଣି

   ଛଡାଇ ଦେବେ ତୋ ଭାଉ॥୨॥


ମାଉସୀ ମାଆର ପୋଡପିଠା ପାଇଁ

   ମନ ବଳାନାରେ ଆଉ

ରୋଷ ଘରୁ ତୋର ଧୂଆଁ ଉଠୁ ପୁଣି

    ଅବଢା ଚହଟି ଯାଉ ॥୩॥


ଶ୍ରୀମନ୍ଦିରେ ଆସି ସିଂହାସନେ ବସି

   ଦିଶ ପ୍ରଭୁ ଦାଉ ଦାଉ

ଜନମ ବେଦୀରୁ ଲୀଳା,ଖେଳା ସାରି

   ମନ୍ଦିର ବାହୁଡା ହେଉ ॥୪॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics