STORYMIRROR

Niranjan Sahu

Tragedy Inspirational

3  

Niranjan Sahu

Tragedy Inspirational

ବାହୁଭୁଜ ତଳେ ରଖିବ

ବାହୁଭୁଜ ତଳେ ରଖିବ

1 min
338

ଭିକ ମାଗିବିନି ହାତ ପାତିବିନି   

କାହାର ଆଗରେ ଯାଇ

କର୍ମ କରୁଥିବି ପେଟ ପୋଷୁଥିବି

ଯେତେଦିନ ବଞ୍ଚି ଥାଇ,,


ଦୁଈଗୋଡ଼ ସିନା ଅକାମି ହୋଇଲା

ଦୁଇ ହାତ ମୋର ଅଛି

ପେଟ କେବେ ଅପୋଷ ରହେନି

ଯଦି କର୍ମେ ମନ ଧ୍ୟାନ ଅଛି


ଚୋରି କରିବାଟା ଜୁରୀ ଖାଇବାଟା

ଏତ କାପରୁଷ କାମ

କର୍ମ କରିବା ଖଟି ଖାଇବା 

ଏହା ହିଁ ମୋହର ଧର୍ମ,


କର୍ମ ମୋହର ନିଜ ଗୁରୁ ବୋଲି

ପିଲା ଦିନେ ମୁଁ ପଢ଼ିଛି

ସେଇ ପାଠଟିକୁ ମନରେ ରଖି

କର୍ମ କୁ ଗୁରୁ କରିଛି,


ଜଗତର ନାଥ ଆହେ ଜଗନ୍ନାଥ

ଏତକି ମାଗୁଣି ରଖିବ

ବିକଳାଙ୍ଗ କରି ଜନମ ଦେଲତ

ବାହୁଭୁଜ ତଳେ ରଖିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy