STORYMIRROR

Chittaranjan Parida

Tragedy

3  

Chittaranjan Parida

Tragedy

ବାହାଘର କଲା ପର

ବାହାଘର କଲା ପର

1 min
280

ସବାରୀ ଉଠିଲା ତୋର ଯିବୁ ଶାଶୁଘର

ବିଧିର ବିଧାନ ତୋତେ କରିଦେଲା ପର 

ଅଲିଅଳି ଝିଅ ଥିଲୁ ତୁ ମୋହର

ତୋର ବିନା ସବୁ ଦିଶିବ ଅନ୍ଧାର

ତୁ ଚାଲିଯିବୁ, ମୁଁ ପର ହେବି

କେମିତି ବଞ୍ଚିବି କହ ଝିଅ ମୋର ।୧।

ସିନ୍ଦୂର ଟୋପାଏ ତୋତେ ନେଉଛି ଦୂରକୁ

ବୁଝେଇ ପାରୁନି ଆଜି ମୋହର ମନକୁ

ଝିଅ ନ ଥିଲୁ ତୁ ଥିଲୁ ମୋର ମାଆ

ବାଧକ ବେଳରେ ହେଉଥିଲୁ ସାହା

ତୁ କାନ୍ଦୁଥିବୁ, ମୁଁ ଝୁରି ହେବି

କେମିତି କାଟିବି ଦିନ ଝିଅ ମୋର ।୨।

ମନେପଡେ ପିଲାଦିନେ ଥିଲୁ ଅଝଟିଆ

ଟିକେ ଟିକେ କଥାରେ ତୁ ହେଉ ଅମାନିଆ

ପାଠ ପଢୁଥିଲୁ ଘରକାମକୁ ଭୁଲି

ଆଜି ଯାଉ ଶାଶୁଘର ବାପାକୁ ଭୁଲି

ତୁ ଭାବୁଥିବୁ, ମୁଁ ଚାହିଁଥିବି

କେବେ ତୁ ଆସିବୁ ଫେରି ଆମ ଘର ।୩।

ହୃଦୟ ଫଟାଇ ମାଆ କାନ୍ଦିବ ବାହୁନି

କେମିତି ବୁଝାଇଦେବି ଭାବି ମୁଁ ପାରୁନି

ଶାଶୁଘର ଗଞ୍ଜଣା କେମିତି ସହିବୁ

ସ୍ୱାମୀ ଶାଶୁ ନେଇ ତୁ କେମିତି ଚଳିବୁ

ତୁ ସଢୁଥିବୁ, ମୁଁ ଘାରୁଥିବି

ଅଥୟ ହେଉଛି ହୃଦୟ ମୋ'ର ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy