ବାଃ ତୁମ ଲିପଷ୍ଟିକ୍ ନଥିବା ଓଠ
ବାଃ ତୁମ ଲିପଷ୍ଟିକ୍ ନଥିବା ଓଠ
ବାଃ ତୁମ ଲିପଷ୍ଟକ୍ ନଥିବା ଓଠ
ଫଗୁଣରେ ଫଗୁ ରଂଗ ଭରିବାକୁ
ମୋତେ ଲାଗିବନି କଷ୍ଟ
ଆମେ ଦୁହେଁ ହେବା ଦୁଷ୍ଟ
ସାହି ଭାଇ ଯଦି ଟାପରା କରନ୍ତି
ସହିଯିବା କିଛି କଷ୍ଟ
ବାଃ ତୁମ ଲିପଷ୍ଟିକ୍ ନଥିବା ଓଠ ।।
ବାଃ ତୁମ ଲିପଷ୍ଟିକ୍ ନଥିବା ଓଠ
କାଚକେନ୍ଦୁ ପରି ଚକ୍ ଚକ୍ କରୁଛି
ତମର ସେ ଦୁଇ ପୃଷ୍ଟ
ସକାଳ ବଳୁଛି ସଂଜ ବି ବଳୁଛି
ସମୟ ମୋ ପାଇଁ ବଳି ପଡୁଅଛି
ଆଇନା ପାଉନି କଷ୍ଟ
ବାଃ ତୁମ ଲିପଷ୍ଟିକ୍ ନଥିବା ଓଠ ।।
ବାଃ ତୁମ ଲିପଷ୍ଟିକ୍ ନଥିବା ଓଠ
ନାଲି ନହେଁ କି ସେ ଗୋଲାପି ବି ନୁହେଁ
କଇଁ ଫୁଲ ପରି ହୃଷ୍ଟ
ତୁଣ୍ଡି ବି ପିନ୍ଧିଲେ ହୁଣ୍ଡି ବି ମାରିଲେ
ଲାଗିବନି ରଂଗ ଛିଟ
ସହର ବଜାରେ ଗହଳି ହେବନି
ପିନ୍ଧିଥିଲେ ବି ଖଣ୍ଡୁଆ ପାଟ
ବାଃ ତୁମ ଲିପଷ୍ଟିକ୍ ନଥିବା ଓଠ ।।

