Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Parida

Action

4  

Lopamudra Parida

Action

ବାଘ ସ୍ବରୂପ

ବାଘ ସ୍ବରୂପ

1 min
344



ଜହ୍ନ ଦେହରେ ବାଘଛାଲର ଅମ୍ବର, 

ଆଗ ପଛ ହେଇ 

ନଖେ ନଖେ ଦାଗ 

ତାର ସୁକୁମାରତାର ,


ବାଘ ବି ହୋଇପାରେ ନିରୀହ

ବୁଝି ହୁଏ ବାଘ ସହ ଭେଟ ହେଲା ପରେ,


ସବୁବେଳେ କଣ ସିଏ ହୁଅନ୍ତା ନୃଶଂସ , ହିଂସ୍ର !

ସବୁ ବେଳେ କଣ ସିଏ ଚୋବେଇ ଖାଆନ୍ତା କଂକାଳ?

ଶୁଣାନ୍ତା କଡମଡର ସଂଗୀତ ?


ନା ତା'ର ନିରୀହତା ବିରାଜେ ପୂର୍ଣ୍ଣ ଗରିମାରେ

ଶିକାରୀର ହିଂସ୍ର ପାଦଚିହ୍ନ ପଡୁଥିବା

ସୌଖିନ ବୈଠକ ଘରେ, 

ଶିକାରୀ ନିଶମୋଡି

ଜାହିର କରେ ଜିତାପଟ

ବାଘ ଉପରେ ନୁହଁ , 

ତା'ର ମଲା ଛାଲ ଉପରେ ,

ଫାଙ୍କା ବାହାସ୍ପୋଟ ଟେ ।।


ସେଇଥିଲାଗି ତ ସୀମାବଦ୍ଧ ବାଘର ହେଣ୍ଟାଳ 

ସଂଚିତ ଅଭୟାରଣ୍ୟରେ।

ହୁଏ ୟୁ ଟ୍ୟୁବରେ ,

ଲୋକକଳାର ବାଘନାଚ ଟୁଆଁ ଟୁଆଁ ଚମଡା ବାଜାରେ,

ନାଚବାଘକୁ ବି ତ ଖାଇଯାଇ

ଖତେଇ ହୁଏ ବାଘମୁହାଁ

ଶ୍ରେଷ୍ଠ ପ୍ରାଣୀ  

ନିଜକୁ ଢାଙ୍କି ରଖି କେଉଁ ଅଚିହ୍ନା ଛାଲ ଭିତରେ 

ବାଘ ସ୍ବରୂପ ସଂସ୍କାର ରେ।।


Rate this content
Log in

Similar oriya poem from Action