STORYMIRROR

Lopamudra Parida

Action

4  

Lopamudra Parida

Action

ବାଘ ସ୍ବରୂପ

ବାଘ ସ୍ବରୂପ

1 min
334


ଜହ୍ନ ଦେହରେ ବାଘଛାଲର ଅମ୍ବର, 

ଆଗ ପଛ ହେଇ 

ନଖେ ଦାଗ ତା'ର ସୁକୁମାରତାର ,


ବାଘ ବି ହୋଇପାରେ ନିରୀହ

ବୁଝି ହୁଏ ବାଘ ସହ ଭେଟ ହେଲା ପରେ,


ସବୁବେଳେ କଣ ସିଏ ହୁଅନ୍ତା ନୃଶଂସ 

ସବୁ ବେଳେ କଣ ସିଏ ଚୋବେଇ ଖାଆନ୍ତା କଂକାଳ?

ଶୁଣାନ୍ତା କଡମଡର ସଂଗୀତ ?


ନା ତା'ର ନିରୀହତା ବିରାଜେ ପୂର୍ଣ୍ଣ ଗରିମାରେ

ଶିକାରୀର ହିଂସ୍ର ପାଦଚିହ୍ନ ବୈଠକ ଘରେ, 

 ସିଏ ନିଶମୋଡି

ଜାହିର କରେ ଜିତାପଟ ବାଘ ନୁହଁ 

ତା'ର ଛାଲ ଉପରେ ।


ସେଇଥିଲାଗି ତ ସୀମାବଦ୍ଧ ବାଘର ହେଣ୍ଟାଳ 

ସଂଚିତ ହୁଏ ୟୁ ଟ୍ୟୁବରେ ,

ଲୋକକଳାର ନାଚବାଘକୁ ବି ତ ଖାଇଯାଇ

ଖତେଇ ହୁଏ ବାଘମୁହାଁ

ଶ୍ରେଷ୍ଠ ପ୍ରାଣୀ  

ନିଜକୁ ଢାଙ୍କି ରଖି କେଉଁ ଅଚିହ୍ନା ଛାଲ ଭିତରେ ।।


Rate this content
Log in

Similar oriya poem from Action