STORYMIRROR

Kalpana Satpathy

Classics Fantasy Inspirational

3  

Kalpana Satpathy

Classics Fantasy Inspirational

ବାଦଲ ଭରା ଆକାଶ

ବାଦଲ ଭରା ଆକାଶ

1 min
23

ବାଦଲ ଭରା ଆକାଶ କୁ ଚାହିଁ ଦେଲେ

ଲାଗେ ଯେମିତି ଏଇ କିଛି ମୁହୂର୍ତ୍ତରେ 

ବାଦଲ ଫଟା ବର୍ଷା ବର୍ଷିଯିବ ମନ ଅଗଣାରେ 

ଜୀବନର ଗତିପଥ ପରିବର୍ତ୍ତନ କରି

ରଚିଯିବ ନବ ପଲ୍ଲବ ର ତରୁ ଛାୟା ତଳେ

ନବ ନବ କଳିକା ଏଇ ମନ ଗହନର 

ସୁଦୂର ପ୍ରସାରୀ ସବୁଜ ବନାନିରେ

ହେଲେ ବାଦଲ ଆଜି ଭାରାକ୍ରାନ୍ତ ପରି 

ହୋଇଯାଇଛି ନିସ୍ତବ୍ଧ ସ୍ଥିର ଶାନ୍ତ 

ସମୟ ର ସୂତା ଖିଅରେ 

ବାଦଲ ଭରା ଆକାଶ କୁ ଦେଖି

ନାଚୁ ନାହିଁ ଶିଖିଚୁଳି

ବଦଳି ଯାଇଛି ଆଜି ସମୟ

ନିୟତି ର ନିୟମରେ

ବାଦଲ ଆସ୍ତରଣ ର ଖରା ଛାଇ ର ଆଲୋକ

ଆଜି ମଳିନ ବସ୍ତ୍ର ପରିଧାନ କରି 

ଅଟକି ଯାଇଛି ଅଜଣା ସ୍ଥାନ ରେ

ମନେ ଭରି ବିଷାଦର ଛାୟା

ଏକ ଅଜଣା ଅତିଥି ଭାବରେ

ମୃଦୁ ମୃଦୁ ପବନର ସ୍ଵର ରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics