STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

ବାଦାମବାଡ଼ି

ବାଦାମବାଡ଼ି

1 min
300

କି ବର୍ଷା, କି ବସନ୍ତ

ବୈଶାଖର ତାତି ହେଉ

ଅବା ହାଡ଼ଭଙ୍ଗା ଶୀତ,

ସେ ସେମିତି ପଡିରହିଛି

ଛାତି ପାତି ଦିନରାତି

କଟକର ମେରୁଦଣ୍ଡ ସାଜି। 


ଅନେକ ଆସନ୍ତି ନିତି

ଅନେକ ଫେରନ୍ତି

କୋଳାହଳ, ଆବର୍ଜନାରେ

ଭରିଦେଇ ତା ମୁକ୍ତ ଅଗଣାକୁ

କର୍ଦମାକ୍ତ ତନୁ 

ଅସ୍ତବ୍ୟସ୍ତ ହୁଏ

ବେପରୁଆ ମଣିଷର ଚିର ଅତ୍ୟାଚାରେ।


ବସନ୍ତ ମଳୟ ସାଜେ

ଅଳସୀ କନ୍ୟାଟେ ପରି

ଫେରିଯାଏ କାଠଯୋଡ଼ି

ନଦୀବନ୍ଧ ବାଲୁକା ଶଯ୍ୟାରୁ,

କେବେ ନିଦାଘ ତାତିରେ ଜଳି

ଘର୍ମାକ୍ତ ତା କଳେବର

ଦୁର୍ଗନ୍ଧରେ ପୁରେ,

ପୁଣି କେବେ ତା ଅସହାୟତାର ଚିରସାଥୀ

ବର୍ଷାଧାରେ ଭିଜି

ଉବୁଟୁବୁ ହୁଏ ଏଇ ସହରର

ଜହର ଜଳରେ। 


ଏଇ ବାଟେ ନିତି ଯାଆନ୍ତି

କେତେ ମନ୍ତ୍ରୀ ଅଫିସର ସମାଜ ସେବକ

ନିଦ କାର ଭାଙ୍ଗେନାହିଁ

ବାଦାମବାଡ଼ିରେ ଦୁସ୍ଥ ଅବସ୍ଥାରେ

ନାକଟେକି, ଗୋଡ଼ଟେକି

ନିଜ ପିନ୍ଧା ପୋଷାକଟିକୁ ସଯତ୍ନେ ସମ୍ଭାଳି

କାମ ସରିଗଲେ ପୁଣି ଫେରିଯାନ୍ତି

ତା ଛାତିରେ ଭରିଦେଇ

ଦୀର୍ଘଶ୍ବାସର ଏକ ଅବ୍ୟକ୍ତ ଯନ୍ତ୍ରଣା। 


ସେ କିନ୍ତୁ ଏମିତି କୋଳେଇ ନେଉଥିବ

ତା ଛାତିରେ ସବୁରୀ ପାଦକୁ

ପ୍ରତିକ୍ଷାରେ କେବେ କାଳେ

ସଚେତନ ହେବେ ଏଇ 

କଟକ ବାସିନ୍ଦା ବା ପ୍ରଶାସନ କଳ

କେବେ ସେ ହସିବ ଏକ 

ସହରର ରାଜପଥ ପରି

ସଗର୍ବରେ ସ୍ଵଛତାର ଡିଣ୍ଡିମ ବଜାଇ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract