STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ବାବା ତୁମରି ପାଇଁ

ବାବା ତୁମରି ପାଇଁ

1 min
143


ବାବା ତୁମରି ପାଇଁ ଅନ୍ତର ଝୁରୁଛି

ତୁମ ପାଇଁ ପାଠ ପଢି ମଣିଷ ହୋଇଛି

ତୁମେ ଆମ ପାଇଁ କେତେ ଚିନ୍ତା କରିଅଛ

ଆମକୁ ଭଲ ବାଟ ତୁମେ ଦେଖାଇ ଅଛ

ତୁମେ ଥିଲେ କିଛି ଲୋଡ଼ା ନାହିଁ ଆମର

ତୁମେ ହିଁ ଆମ ଶକ୍ତି ତୁମେ ହିଁ ଆମ ବଳ

ତୁମ ପାଇଁ ଆମେ ପରିଚୟ ପାଇଲୁ

ଦୁନିଆ ଦାଣ୍ଡରେ ମୁଣ୍ଡ ଟେକି ଠିଆ ହୋଇଲୁ

ତୁମ ବିନା ଦୁନିଆଟା ପର ଲାଗୁଛି

ତୁମ ପାଇଁ ଆତ୍ମା ଆଜି କାନ୍ଦୁଛି

ତୁମ ବିନା ଦୁଃଖ କିଏ ବୁଝିବ ଆମର

ଆମ ଜୀବନ କିଏ କରିବ ସୁନ୍ଦର

ତୁମେ ଆମ ପାଇଁ ସବୁ କରି ଦେଉଥିଲ

ଆମ ମନ ଜାଣି ସବୁ ଆଣି ଆମକୁ ଦେଉ ଥିଲ

ତୁମ ପାଇଁ ଆଜି ଚିନ୍ତା ପଡିଛି

ତୁମ ସ୍ଵାସ୍ଥ୍ୟ ନିରୋଗ ହେଉ ଆଶା କରୁଛି

ଈଶ୍ୱର ତୁମକୁ ହୁଅନ୍ତୁ ସହାୟ

ତୁମରି ପାଦ ତଳେ ନେଇଛୁ ଆଶ୍ରୟ

ଭଗବାନଙ୍କୁ କରୁଛି ଏତିକି ବିନତି

ବାବାଙ୍କୁ ନିରୋଗ କରି ରଖ ସେ ହିଁ ଆମ ସମ୍ପତ୍ତି ।


Rate this content
Log in

Similar oriya poem from Classics