STORYMIRROR

Gitanjali Pujapanda

Tragedy Classics

3  

Gitanjali Pujapanda

Tragedy Classics

ଅଵ୍ୟକ୍ତ ଅନ୍ତରଧ୍ୱନି

ଅଵ୍ୟକ୍ତ ଅନ୍ତରଧ୍ୱନି

1 min
236

କହିହୁଏ ନାହିଁ କି ସହି ହୁଏ ନାହିଁ

ଅବ୍ୟକ୍ତ ଯନ୍ତ୍ରଣା ଅନ୍ତର ର ।

ଆକ୍ତା ମକ୍ତା କରେ ଖିନଭିନି ହୁଏ

ଅନ୍ତର ର ସ୍ୱର ।

ହୃଦୟ ସ୍ୱର କିଏ ଶୁଣିବ ଏଠି ପାଟିଖୋଲି

କହିଲେ ବୁଝିବା ଅସମ୍ଭବ।

ନିଜ ଜୀବନ କୁ ନେଇ ବ୍ୟସ୍ତ ଅନ୍ୟ

ଦୁଃଖ ପାଇଁ ହୃଦୟ ର ଜାଗା କାଇଁ।

ସବୁ ବ୍ୟକ୍ତ ଅଵ୍ୟକ୍ତ କରି ଜିଇଁବା

ଏଠି ସହଜ ମାତ୍ର ।

ଯଦି ସବୁ ବ୍ୟକ୍ତ କର ହୃଦୟ ର ଭାବନା

ସମସ୍ତେ ହୁଅନ୍ତି ଶୁଣି ତୁମ ଠାରୁ ଦୂର।

ଯିଏ ଏଠି ଯେତେ କଷ୍ଟ ପାଏ ତାର

ଲୁହ ପୋଛିବ ବା କିଏ ।

ସୁକୁଟ ଦେଖିବାକୁ ବହୁତ ଅଛନ୍ତି ଏଠି

ନିଜ ଉପରେ ପଡିଲେ ବଜାଇ ଶିଖନ୍ତି।

ଅବ୍ୟକ୍ତ ଅନ୍ତରଧ୍ୱନି କୁ ନିଜ ପାଖେ ରଖ

କାହାକୁ କହିଲେ ସିଏ ଶୁଣିବ କଣ କୁହେ

ମୋର ବି ଅନୁରୂପ।

ଅବ୍ୟକ୍ତ ବ୍ୟକ୍ତ ସେହି ନିରାକାର ପରଂବ୍ରହ୍ମ

ପାଖେ ସେହି ହିଁ ଶ୍ରବଣ ଡେରି ରହିଥାଏ ବହୁରୂପେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy