Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational Others

3  

KRUTIBAS NAYAK

Classics Inspirational Others

ଅଯୋଗ୍ୟ ପାରେନା ଜିତି

ଅଯୋଗ୍ୟ ପାରେନା ଜିତି

1 min
193



ପଥିକ ଜାଣେନା ପଥଗଢ଼ା କଷ୍ଟ ପାଇଛି କେତେ ଶ୍ରମିକ,

ପାଠକ ଜାଣେନା ଲେଖିବା ଯାତନା କେତେ ପାଇଛି ଲେଖକ ।


ଖାଦକ ଜାଣେନା ଜୀବର ଜୀବନେ ଘଟିଛି କେତେ ଘଟଣା,

ଶିକାରୀ ଜାଣେନା ଶିକାର ହୃଦୟ ଆହତ ହେବା ଯନ୍ତ୍ରଣା ।


ମାଲିକ ଜାଣେନା ଚାକର ବିଚରା ଅଭାବ ଅଶାନ୍ତି କଥା,

କଟୁରୀ ଜାଣେନା ଗଛର ମୂଳକୁ କଟା ଯାଉଥିବା ବ୍ୟଥା ।


ଅହିଂସା ଜାଣେନା ହିଂସା ବିଭୀଷିକା କ୍ରୋଧ ଜାଣେନାହିଁ ହସ,

ମିଛୁଆ ଜାଣେନା ସତ୍ୟର ସୁଆଦ ଅମୃତ ତା' ପାଇଁ ବିଷ ।


ଅଜ୍ଞାନ ଜାଣେନା ନିଜ ଭବିଷ୍ୟତ ମୂର୍ଖ ଜାଣେନାହିଁ ନୀତି,

ଅଧମ ଜାଣେନା ସଂସାରର ସୁଖ ଅଯୋଗ୍ୟ ପାରେନା ଜିତି ।




Rate this content
Log in

Similar oriya poem from Classics