STORYMIRROR

ମୁକ୍ତିରାଣୀ ଦେବତା

Comedy

3  

ମୁକ୍ତିରାଣୀ ଦେବତା

Comedy

ଅଟେ ମୁଁ ବାବା

ଅଟେ ମୁଁ ବାବା

1 min
164

ବିରାଡି ବୈଷ୍ଣବ ସାଜିଛି ମୁହିଁ

ଈଶ୍ୱରଙ୍କ ଠାରେ ଲୟ ମୋ ନାହିଁ

ଗାଲୁଗପ ମାରି ମୋହେ ମୁଁ ମନ 

ଲୁଟି ଚାଲିଥାଏ ଅମାପ ଧନ ।।


ନାରୀଙ୍କୁ ଦେଖି ମୁଁ ବୁହାଏ ଲାଳ 

କୋଟିପତିଙ୍କୁ ମୁଁ କରୁଛି ଖୋଳ

ଲୋକଙ୍କ ଆଖିରେ ଦିଏ ମୁଁ ଧୂଳି

ମୁହଁରେ କାଜଲ କ୍ରିମ ବୋଳି ।।


ଗେରୁଆ ବସନ ଦେହରେ ପିନ୍ଧି

ରୁଦ୍ରାକ୍ଷ ମାଳାକୁ ହାତରେ ବାନ୍ଧି

ଚିତା ଚଇତନ ମଥାରେ କାଟି

ସାମ୍ପୁ କରି ମୁଁ ଉଡାଏ ଚୁଟି ।।


ଭକତମାନଙ୍କୁ ଦିଏ ମୁଁ ଦଗା

ବାବା ସାଜି ନିତି ଖାଉଛି ଖୋବା 

ସଭିଁଙ୍କ ଦୃଷ୍ଟିରେ ମୁଁ ପରା ପ୍ରଭୁ 

ଈଶ୍ୱର ବୋଲି ତୁ ମୋତେରେ ଭାବୁ ।।


ପିତା ମାତା ତୋର ପ୍ରଥମ ଗୁରୁ 

ତାଙ୍କୁ ଭୁଲି ତୁହି ମୋ ପଛେ ମରୁ

ପାପର ନାଆରେ ରଖିକି ପାଦ

ପ୍ରଭୁଙ୍କ ସଙ୍ଗେ ମୁଁ କରୁଛି ବାଦ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy