STORYMIRROR

ଅମିତ୍ କୁମାର ସେଠୀ

Comedy Tragedy Others

3  

ଅମିତ୍ କୁମାର ସେଠୀ

Comedy Tragedy Others

ହେ ନାରୀ ଜାଗ୍ରତ ହୁଅ

ହେ ନାରୀ ଜାଗ୍ରତ ହୁଅ

1 min
197

ଉଠ ହେ ନାରୀ ଜାଗ୍ରତ ହୁଅ ତୁମେ

ଦେଶ କରୁଛି ଆହ୍ବାନ,

ଅବଳା ନିଜକୁ ଭାବ ନାହିଁ କେବେ

ଦୃଢ଼ କର ତୁମ ମନ।


ତୁମ ଚାରିପାଖେ ଘଟୁ ଅଛି ଯାହା

ଦେଖି କାହିଁ ଚୁପ୍ ରୁହ,

ସହିଷ୍ଣୁତାର ବି ସୀମା ରହିଅଛି

ଅସ୍ତ୍ର ଧରି ଛିଡ଼ା ହୁଅ।


ଭାବୁ ପଛେ ଯିଏ ଦୁର୍ବଳା ତୁମକୁ

ଖାତିର ତୁ କର ନାହିଁ,

ପୁରାଣ ରେ ବର୍ଣ୍ଣିତ ନାରୀ ଗାଥାକୁ

ମନେ ରଖ ସଦା ତୁହି।


ଧୈର୍ଯ୍ୟ ଧରି ସବୁ ସହି ଗଲେ ତୁହି

ବୋଲାଉ ନୀରିହ କନ୍ୟା,

ରାଗିଗଲେ ପୁଣି ସହ୍ୟ ନକରୁ ଯେ

ବୁହାଉ ରକତ ବନ୍ୟା।


କନ୍ୟା ଭ୍ରୁଣ ହତ୍ୟା ଓ ନାରୀ ଧର୍ଷଣ

ବଢ଼ୁଛି ଦିନ କୁ ଦିନ,

ପ୍ରତିବାଦ ଯଦି ନ କରିବ ତୁମେ

ହେବ ଜାଣ ହିନିମାନ।


ଆହେ ନାରୀ ଗଣ ଶପଥ ନିଅ ହେ

ଅନ୍ୟାୟ ସହିବ ନାହିଁ,

ସମାଜରୁ ଏପରି କଳୁଷିତକୁ

ଦେବ ଯେ ତୁମେ ହଟେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy