STORYMIRROR

Kshitish Jena

Comedy Action Children

3  

Kshitish Jena

Comedy Action Children

ନାଲି ଆମ୍ବ

ନାଲି ଆମ୍ବ

1 min
178


କଣ୍ଟିଗଡ଼ିଆ ଗାଁରେ ଆମ

ନିଧିଆ ବୁଢ଼ା ଘର

ବୟସ ପ୍ରାୟ ସତୁରୀ ତାକୁ

ପାଟିଟା ତା'ର ବଡ଼ ।

ନଈ ସେପଟେ ନିଧିର ଘର

ଅଛି ଯେ ଆମ୍ବ ବାଡ଼ି

ବାଡ଼ି କଡ଼ରେ ଗଲେକେ ଧାଇଁ

ଛାଡ଼ଇ ବଡ଼ ରଡ଼ି ।

ପବନେ ଝଡ଼ି ପଡିଲେ ଆମ୍ବ

ଆଣେ ଗାଁକୁ ବିକି

ଗୋଟେବି ଆମ୍ବ ନଦିଏ ଲାଭ

ଦିଏନି ପୁଣି ବାକି ।

ଜ୍ୟେଷ୍ଠ ମାସର ଗୁଳୁଗୁଳି ଯେ

ଆମ୍ବ ପାଚିଲା ବେଳ 

ନାଲି ଆମ୍ବକୁ ଦେଖି ଜଗୁନି

ପାଟି ବୋହିଲା ଲାଳ ।

ଜଗୁନି ଯାଇଁ ସାଥୀ ହରିଆ

ଦାମାକୁ କଲା ମେଳି

ଖରାବେଳରେ ନିଧିଆ ଶୁଏ

ଆମ୍ବ ଆଣିବା ତୋଳି ।

ଜଗୁନି ଲୁଚି ଚଢ଼ିଲା ଗଛେ

ତଳେ ହରିଆ ଦାମା

କହିଲେ ବୁଢ଼ା ଶୋଇଛି ଜଗୁ

ତୋଳ ନଡ଼ରି ଜମା ।

ବାପାଙ୍କ ଫୋନ୍‌ ଜଗୁନି ଆଣି

ପାଖରେ ରଖିଥିଲା

ଆମ୍ବ ତୋଳିବା ବେଳରେ ସେହି

ଫୋନ୍‌ଟି ରିଙ୍ଗ୍ ହେଲା ।

ନିଧି ବୁଢ଼ାର କୁକୁର ନିଦ

ଉଠି ସେ ଛିଡ଼ା ହେଲା

ଶବଦ କାହୁଁ ଶୁଣି ମୁଣ୍ଡକୁ

ନିଧିଆ ବୁଲାଇଲା ।

ମୁଣ୍ଡକୁ ଟେକି ନିଧିଆ ବୁଢ଼ା

ଗଛକୁ ଦିଏ ଚାହିଁ

ଗଛେ ଜଗୁନି ମାଧିଆ ଦାମା

ଦୁହିଁଙ୍କ ଦେଖା ନାହିଁ ।


 



Rate this content
Log in

Similar oriya poem from Comedy