STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ରୁଷିଛି‌ ମୋ ମୋବାଇଲ

ରୁଷିଛି‌ ମୋ ମୋବାଇଲ

1 min
196


ମୋବାଇଲ କାହିଁ ମୋବାଇଲ୍ କାହିଁ

   ଯେବେ ମୁଁ ଖୋଜିଚାଲିଛି,

ମୋବାଇଲ କିନ୍ତୁ ଘର କୋଣଟାରେ

    ମନମାରି ବସିଅଛି।

କାହିଁକି ରେ ବାବୁ ରୁଷିଛୁ ମୋ ଧନ

    କହିଦେବୁ କି ହେ ମତେ,

ଭାବିଛୁ‌ କି ତୁହି‌ ତୋତେ‌ ଛାଡିଦେଇ‌

    ବଞ୍ଚି ପାରିବିକି ସତେ?? 

ମୋବାଇଲ କହେ ମୋ‌ଦ୍ଵାରା ତୁମେ

    କବିତା ପଠାଉଅଛ,

କଲମର ଭଲ‌ ପ୍ରଶଂସା କରୁଛ

    ମୋତେ କିବା ପଚାରୁଛ ?

କିଏ ଫେସବୁକ କିଏ ହ୍ଵାଟସଫ୍ 

    ଗ୍ରୁଉପ୍ କରି ତିଆରି,

ବସେଇ ଉଠେଇ‌ ଦେଉନାହଁ ମୋତେ

    ଘଷୁଅଛ ମନଭରି।  

ମୋ ମାଧ୍ୟମରେ କଥା ହେବା ଦ୍ଵାରା

     ସମୟ ବଞ୍ଚାଉଅଛ,

ଗାଡିର‌ ପେଟ୍ରୋଲ ‌ପୁଣି ବି ସଞ୍ଚୁଛ

     ବାବୁ ଆଡ୍ଡା ମାରୁଅଛ।

ତରକାରୀ ଶାଗ‌ ଗାଆଁ ରେ‌ ଯେମିତି

    ବଣ୍ଟା ବଣ୍ଟି ହୋଇଥାଏ,

ଧନ୍ୟବାଦ ତୁମ ଭିତରେ ସେଭଳି

    ଦିଆନିଆ ହୋଇଥାଏ।

ତୁମହାତେ‌ କିଏ‌ ମିଠାଟିଏ‌ ଦେବ‌

    ଅନ୍ୟକୁ ଖୋଇବା ପାଇଁ,

ନିଜେ ଦେଉଥିବ ଖାଉ ତ ନଥିବ

    କେମିତି ଲାଗିବ ଭାଇ ?

ଧନ୍ୟବାଦଗୁଡା ମୋ ଦ୍ଵାରା ଯାଏ

    ମୋଭାଗ୍ୟରେ ପଡେନାହିଁ,

ମୋବାଇଲତୋତେ ଧନ୍ଯବାଦ ଦେଲି

    ଏକଥା କହେ କି କେହି?

ସୁନ୍ଦର କବିତା ନିଅ ଧନ୍ଯବାଦ

    ରାତି ଭରି ଶୋଉନାହଁ,

ମୋବେଳକୁ କିନ୍ତୁ କାହିଁକି ଏମିତି

    ସୁପର୍ କଞ୍ଜୁସ୍‌ ହୁଅ?

ହଁ,ରାଗିବି ଯଦି ମୁଁ ତୁମ ଫୋନ୍ କଲ୍

    ଅନ୍ଯ ଆଡେ ଲଗେଇବି,

ବୁଢ଼ୀ, ଦରବୁଢ଼ୀ,ମାଇପିଙ୍କ‌ଠାରୁ

    ଗାଳି ପୁଳା‌ ଶୁଣେଇବି।

ଧନ ମୋବାଇଲ ଆଉ ରାଗ ନାହିଁ

    ଅଛି ତୋ ଅପର୍ତ୍ତି ଭାଇ,

ଏତେ ଧନ୍ଯବାଦ ଦେବି ମୁହିଁ ତୋତେ

    ରଖି ତୁ ପାରିବୁ ନାହିଁ।

ଗୀତଟିଏ ଲେଖି ତୋହ ପାଇଁ କାଲି

    ଧନ୍ୟବାଦ ଜଣାଇବି,

ହେଲେତୋ ଫାଦର‌ ମାର୍ଟିନ କୁପର୍‌ଙ୍କୁ

    ଆଜି ଧନ୍ଯବାଦ ଦେବି।

ବିଂଶ ଶତାବ୍ଦୀର ଅଦ୍ଭୁତ ଯନ୍ତ୍ରଟି

    ମୋବାଇଲ ଜନ୍ମକଲେ,

ସାରା ଦୁନିଆଁକୁ ମଣିଷ ବାନ୍ଧିଲା

    ନିଜର ହାତ ମୁଠାରେ।

ପୁଣି ଧନ୍ଯବାଦ ଦେବାକୁ ମୁଁ ଚାହେଁ

    ଇଣ୍ଟରନେଟ କମ୍ପାନୀଙ୍କୁ,

ଅନ୍ଲାଇନ୍ ଇଣ୍ଟରନେଟ୍ ସେବା ଦେଇ

    ଋଣୀ କରିଲେ ଆମକୁ।

ଆହୁରି ମୁଁ ବେଶୀ ଧନ୍ୟବାଦ ଦେବି

    ବିଜୁଳି ଉତ୍ପାଦକଙ୍କୁ, 

ବିନା କରେଣ୍ଟରେ‌ ଅଖଚକ ବନ୍ଦ

    ଜଣା ଏହା ସମସ୍ତଙ୍କୁ।

ଜଣାଇବି କୋଟି କୋଟି ଧନ୍ଯବାଦ

    ସେଇ ବିଶ୍ଵ ନିୟନ୍ତାଙ୍କୂ,

ବୈଜ୍ଞାନିକଙ୍କୁ ସେ ଜନ୍ମ କରିଛନ୍ତି

    ଯନ୍ତ୍ର ପାତି ଗଢ଼ିବାକୁ।

ପୁଣି ଧନ୍ଯବାଦ ବଳିଆ ଠାକୁର

    ତୁମରି କରୁଣା ଥାଉ,

କବିର କଲମ ସମାଜ ହିତରେ

     ଆଗକୁ ଦ‌ଉଡୁଥାଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy