STORYMIRROR

Satyanarayan Sahoo

Comedy Romance Classics

3  

Satyanarayan Sahoo

Comedy Romance Classics

ସାମ୍ପ୍ରତିକ ସମାଜ

ସାମ୍ପ୍ରତିକ ସମାଜ

1 min
183

ଯେଣେ ଚାହିଁ ଦେଲେ ଖାଲି ଚୁଗୁଲିଆ ଗଣ

ଚୁଗୁଲୀ କରନ୍ତି ନିତି କୁଲ କୁଲି ମରିଣ ।

ଠକ ସଠ, ଗୁଣିଆ ମାନଙ୍କ କୋଳାହଳ

ଟକଳା ଟକଳି ମାନେ ନିଗାଳନ୍ତି ଲାଳ ।

ଗନ୍ଧିଆ, ହଗରା ଆଉ, ଖେତରା ନେତରା

ସକଳ ଦରବ ଏବେ କରିଲେଣି ଚୋରା ।

ଥାନା ଓ ଖୁଆଡେ ଅନା ଚୋର ର ଚରଚା

ଚାଲିଚି ସବୁଠି ଲାଞ୍ଚ, ହାତଗୁଞ୍ଜା ଯଚା ।

ଚୋର ସାଥେ ପଲିସି ଯେ ହୋଇଛି ସାଲିଶି

ଡାକନ୍ତି ଭକତେ, ନିତି ମା, କାଳୀ କାଳିସୀ ।

ସବୁ କ୍ଷେତ୍ର କଳା, ଜାଲି, ଭେଜାଲ ଚାଲିଚି

ଚୁରୁକୀ, ଚୁମୁକୁ ମାଲେ ମାଲ ହେଉ ଛନ୍ତି ।

ଗାନ୍ଧିଜୀ ମାରୁକା ମାଲ ମାନ ହୁଏ ଜାଲି

ଅହିଂସା, ସତ୍ୟ, ଅସ୍ତେୟ, ଗଲେ ସର୍ବେ ଭୁଲି ।

ସତ୍ୟ ନ୍ୟାୟ, ଧର୍ମ ପ୍ରତି ନିତି ଅପମାନ

ବାଇୟା କରିଚି ଦେଖ ମଦ ଓ ଚିଲିମ ।



Rate this content
Log in

Similar oriya poem from Comedy